Loading...

Words that vibrate in the reader's psyche

MANOJ DAS AS A POET
The Muse at its sweet and sublime best. Poems in their native glory sealed under his mother-tongue only.

Manoj Das never looked upon writing as an activity that was not as natural as speaking. In other words writing came to him spontaneously. He remembers composing verses even before he had learnt the alphabet.

In his mother-tongue he was well-known as a poet before he began winning rapid fame as a short story writer. His first two publications were books of poetry.

Apart from the fact that there was great demand from readers, editors and publishers for stories from him, a subtle reason why he was discouraged from writing poetry, according to his own admission, was the upsurge of fakery in the name of poetry all around him. He felt that gimmicks and tricky compositions bereft of inspiration or imaginativeness dominated the scene and readers fell for such stuff even though they would soon grow tired of them.

Nevertheless, he wrote poetry from time to time. Two of his anthologies that are available speak of his deep sensibility and artistic dexterity. A series of lyrical poems called Tumo Gaan (Your Village) leaves a haunting nostalgia in the reader’s memory – a sweet, sweet mixture of romance, empathy, innocence, sadness and anticipations. Another series of poems entitled Kavita Utkala is unique for its theme. It reveals the deep-rooted significance of the myths and legends of Odisha, particularly those around the Jagannath tradition, so intimately interspersed with the life of the people of the state. This anthology is a passport into the very psyche of the people of this region – so different from the poetry in vogue.

An important fact to be taken note of is, Manoj Das whose English prose has so much poetry in it, never writes poetry in English despite his commendable hold over the language. That is because he feels that one can write true poetry only in one’s mother-tongue – the language deep-rooted in one’s consciousness, the language in which one dreams, one gives vent to his earliest and primary emotions. It is different with a poet like Sri Aurobindo who was deliberately kept away from his mother-tongue right from his birth.

So many readers have stated that once they were introduced to the poetry of Manoj Das – of which they had remained innocent because of his overwhelming prose, they simply fell in love with it.

We invite all lovers of Oriya poetry as well as Orissa to plunge into the loving Manasarovar of Manoj Das's poetry. It will be a new thrill, a new experience.

ନିୟତ ବସୁଧା,ନିମଜ୍ଜିତ ସ୍ବପ୍ନ କାବ୍ୟ ପରିଧିରେ ମନୋଜ

ଆଧୁନିକ କଥା ସାହିତ୍ୟର ମୂର୍ଦ୍ଧନ୍ୟପୁରୁଷ ମନୋଜ ଦାସ ଯେ ମୂଳତଃ ଜଣେ କବି – ଉତ୍ତର ପିଢ଼ିପାଇଁ ଏହା ଏକ ବିସ୍ମୟ ହେଲେ ବି; ଏକଥା ବିସ୍ମୃତ ହେବାର ନାହିଁ୤

ସ୍ବାଧୀନତାର ଠିକ୍ ପରେ ପରେ ସମଗ୍ର ଭାରତ ବର୍ଷରେ ସାହିତ୍ୟିକ ପାଣିପାଗରେ ପ୍ରଗତି ଚେତନାକୁ ନେଇ ଯେଉଁ ସୃଷ୍ଟି ସର୍ଜନା ହୋଇଥିଲା, ଆମ ସାହିତ୍ୟରେ ମନୋଜ ଦାସ ଥିଲେ ସେହି ଚେତନାର ଅନ୍ୟତମ ବିନ୍ଧାଣି୤

ମନୋଜ ଦାସ ନବମ ଶ୍ରେଣୀରେ ଅଧ୍ୟୟନ କାଳରେ ତାଙ୍କର ପ୍ରଥମ କବିତା ସଂକଳନ ‘ଶତାବ୍ବୀର ଆର୍ତ୍ତନାଦ’(୧୯୪୯) ପ୍ରକାଶ ପାଇଥିଲା୤ ପ୍ରାରମ୍ଭରେ କବିଥିଲେ ସାମ୍ୟବାଦୀ ଚେତନାର ପ୍ରମୁଖ ରୂପକାର୤ ସମକାଳରେ ଛାତ୍ରାବସ୍ଥାରେ ସେ ସମାଜର ଧନୀ ଦରିଦ୍ର ମଧ୍ୟରେ ଯେଉଁ ବୈଷମ୍ୟ ଲକ୍ଷ୍ୟ କରିଥିଲେ ତାହାର ବାଣୀ ରୂପ ଥିଲା ‘ଶତାବ୍ଦୀର ଆର୍ତ୍ତନାଦ’୤

କବିଙ୍କର ପରବର୍ତ୍ତୀ କବିତା ସଂକଳନ ‘ବିପ୍ଲବୀ ଫକୀରମୋହନ’(୧୯୪୯) ୤

ଏହାପରେ ତାଙ୍କର ତୃତୀୟ କବିତା ସଂକଳନ ‘ପଦଧ୍ବନୀ’ ୧୯୫୫ ମସିହାରେ ପ୍ରକାଶ ପାଇଥିଲା୤ ସେ ସମୟରେ ସ୍ରଷ୍ଟା ଜଣେ ସାମ୍ୟବାଦୀ ଯୁବନେତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ହୋଇ ସାରିଥିଲେ୤

ଓଡ଼ିଶାର ଦାରିଦ୍ର୍ୟକୁ ମର୍ମେ ମର୍ମେ ଅନୁଭବ କରିଥିବା ମନୋଜ ଏହି ଦିନଠାରୁ ଉତ୍କଳୀୟ ଜନତାର ସୁଖଦୁଃଖରେ ସାମିଲ ହୋଇଥିଲେ୤ ଭାରତୀୟ ଦରିଦ୍ର ନିଷ୍ପେଷିତ ମଣିଷର ଏହି ଦାରିଦ୍ର୍ୟକୁ ମନୋଜ ଦାସ ତାଙ୍କର ‘ପଦଧ୍ବନୀ’ କବିତା ସଂକଳନର ବିଭିନ୍ନ କବିତା ମଧ୍ୟରେ ବ୍ୟକ୍ତ କରିଥିଲେ୤

୧୯୫୭ ମସିହାରେ ‘ନନ୍ଦାବତୀର ମାଝି’ ଆଉ ପାଞ୍ଚୋଟି କବିତା ନାମରେ ମିନି କବିତା ପୁସ୍ତକଟି ପ୍ରକାଶ ପାଏ୤ କବିଙ୍କ ନିଜସ୍ବ ବକ୍ତବ୍ୟ ଅନୁସାରେ, “ ‘ନନ୍ଦାବତୀ’ର କବିତା ଗୁଡ଼ିକ ବହୁବର୍ଷ ତଳର ଲେଖା୤” ‘ନନ୍ଦାବତୀର ମାଝି’ କବିତା ଗୁଚ୍ଛରେ ଚରିତ୍ର ମାନଙ୍କ ପ୍ରତି କବି ପ୍ରାଣର ଯେଉଁ ସହାନୁଭୂତି ପ୍ରକାଶ ପାଇଛି ତାହା ହିଁ ତାଙ୍କ କବିତାର ପ୍ରତିବଦ୍ଧତା ବିଷୟରେ ସୂଚନା ଦିଏ୤ କେଉଁଠି ସମୁଦ୍ରର ନୀଳପଠା ଉଦ୍ଦେଶ୍ୟରେ ନୀଳ ସମୁଦ୍ରର ବିସ୍ତୃତିକୁ ଟପି ଉଡ଼ିଯାଉଥିବା ପକ୍ଷୀଟିଏ ଉଦ୍ଦେଶ୍ୟରେ ତାଙ୍କର କବିତା ତ କେଉଁଠି ଲୋକକଥା ର ପୁତା କପୋତୀ ମାଆର ଚିରନ୍ତନ ଅଶ୍ରୁସିକ୍ତ କାହାଣୀ ସହିତ ଗ୍ରାମାଞ୍ଚଳରେ ନଟିଆ ମାଆର ଦୁଃଖକୁ ସମାନ ଭାବରେ କବି ଉପଲବ୍ଧି କରିଛନ୍ତି୤ ‘ନନ୍ଦାବତୀର ମାଝି’ କବିତା ଗ୍ରନ୍ଥର ସବୁଠାରୁ ଦୀର୍ଘ କବିତାଟି ପ୍ରଥମ ଶୀର୍ଷକ କବିତା ଓ ସବୁଠାରୁ କ୍ଷୁଦ୍ର କବିତାଟି ଶେଷ ଶୀର୍ଷକ କବିତା ‘ତନୁମାଝି’୤ ଏ ମାଝିମାନଙ୍କ ଜୀବନ ସହିତ ତରୁଣ କବିର ଏହି ବିପୁଳ ଯୋଗାଯୋଗ ବୋଧହୁଏ ନଦୀ ଓ ସମୁଦ୍ର ଉଭୟ ପ୍ରତି ସମାନ ଭାବେ ଆସକ୍ତ କବିର ଏହା ବିପୁଳ ଜୀବନାଲେଖ୍ୟ୤

୧୯୫୪ରୁ ୧୯୮୯ ମଧ୍ୟରେ ବିଭିନ୍ନ ସମୟରେ ଅତି ବିଳମ୍ବିତ ରୀତିରେ ରଚିତ ‘ତୁମ ଗାଁ’ ପର୍ଯ୍ୟାୟ କବିତା ଗୁଡ଼ିକ ବେଶ ଆକର୍ଷଣୀୟ ମନେ ହୁଅନ୍ତି୤ ପାଠକ ମାତ୍ରେଇ ଏ ସବୁ କବିତାରେ ଗ୍ରାମ ସହିତ ଓ ତାର ପ୍ରକୃତି ସହିତ ଏକ ଆବେଗାତ୍ମକ ସମ୍ପର୍କ ଉପଲବ୍ଧି କରିବେ୤ ଏଠାରେ ମଧ୍ୟ ଗ୍ରାମ ଆକାଶକୁ ତାରା, ଜହ୍ନ, ସୂର୍ଯ୍ୟ ଏମାନେ ଆଲୋକିତ କରନ୍ତି୤ କେତେବେଳେ ଦୂର ସମୁଦ୍ର ଆକାଶରୁ ଇନ୍ଦ୍ରଧନୁ ଦୁଇ ଦିଗନ୍ତବ୍ୟାପୀ ପ୍ରକଟିତ ହୁଏ୤ କେତେବେଳେ ରାତ୍ରୀର ଅନ୍ଧକାର ଭିତରେ ଉଲ୍‌କାଟିଏ ଖସିଯାଏ୤ କବିଙ୍କ ଚିନ୍ତାରେ ସତେ ଅବା ଚନ୍ଦ୍ରକୁ ସନ୍ଧାନ କରିବା ଉଦ୍ଦେଶ୍ୟରେ ନକ୍ଷତ୍ରମାନେ ପଠାଇଥାନ୍ତି ଉଲ୍‌କାରୂପୀ ଆଲୋକର ବିଚ୍ଛୁରଣ୤

ପୁଣି ସେଇ ଗାଁ କିଆବଣରେ ହଠାତ୍ ସକାଳକୁ କବି ସନ୍ଧାନ କରନ୍ତି ତିନୋଟି କିଆଫୁଲ ଉପରକୁ ପାଖୁଡ଼ା ମେଲି ଫୁଟିଛନ୍ତି ଓ ଉଦୟ ସୂର୍ଯ୍ୟର ପ୍ରଥମ କିରଣ ସେମାନଙ୍କୁ ଚୁମ୍ବନ ରାଶିରେ ଆରକ୍ତ କରିଦେଇଛି୤ପୁଣି ସେଇ ଗାଁ ଆକାଶରେ ଏକ ଚ୍ଛିନ୍ନ ଘୁଡ଼ି କୁ ଦେଖି କବି ଶୋକାତୁର ହୋଇଉଠନ୍ତି୤ପ୍ରଥମ ଦେଖାରେ ଅତି ପରିଚିତ ମନେ ହୋଇଥିବା ଏଇ ଗାଁର ସକଳ ସ୍ମୃତି କବିଙ୍କ ଚେତନାରେ ଲହଡ଼ିଖେଳେ୤ ସେଇ ଗାଁର ସୂର୍ଯ୍ୟାବତରଣ ଓ ସୂର୍ଯ୍ୟାସ୍ତ, ବର୍ଷା ଓ ଜହ୍ନରାତି, ନିଶାର୍ଦ୍ଧ ଯେପରି ତାଙ୍କ ମନରେ ସ୍ବପ୍ନ ସଞ୍ଚାର କରେ୤ ପୁଣି ସେଇ ଗାଁର ଅସ୍ତମାନ ସୂର୍ଯ୍ୟ ଓ ଚନ୍ଦ୍ର କବିଙ୍କୁ ଜୀବନର ଅଳୀକତା ପ୍ରତି ସଚେତନ କରିଦିଅନ୍ତି୤

ଉତ୍ତର ‘ଉପନିବେଷ’ ପର୍ଯ୍ୟାୟରେ ଦୀର୍ଘ ୩୦ ବର୍ଷ ମଧ୍ୟରେ କବିତାର ସଂଖ୍ୟାମାତ୍ର ଛ’ଟି୤ ସମଗ୍ର ଭାରତବର୍ଷର ଚିତ୍ର ଅର୍ଥାତ ମାଆ ଓ ମାତୃଭୂମିର ଦୁର୍ଗତି ଓ ଦୁର୍ବିପାକ ପ୍ରତି ତାଙ୍କର ଦୃଷ୍ଟି କେନ୍ଦ୍ରାୟିତ ହୋଇଛି୤

‘ଭାରତବର୍ଷ-୧୯୯୦’ ଶେଷ କବିତାଟିରେ ସେ ଭାରତକୁ ଯୁଗେ ଯୁଗେ ଧ୍ବଂସ କରିଥିବା ଭସ୍ମାସୁରମାନଙ୍କୁ ଭାରତର ତପସ୍ବୀ ଋଷିମାନେ ଜଠରସାତ୍ କରିଥିବା କଥା ଉଲ୍ଲେଖ କରିଛନ୍ତି ଓ ଶେଷରେ ଦୟାନଦୀ ତୀରରେ ଋଷି ଦଧୀଚିଙ୍କର ପୁନଶ୍ଚ ଆବିର୍ଭାବ ହେବ ବୋଲି ମଙ୍ଗଳ ଆଶା ପୋଷଣ କରିଛନ୍ତି୤

ଭାରତ ପାଇଁ ଆଶାବାଦର ସ୍ବର ଶୁଣାଇଥିଲା ବେଳେ ଦୂରଦ୍ରଷ୍ଟା ଋଷିପରି ସେ ସମଗ୍ର ଧରାପାଇଁ ଆକାଶର ସପ୍ତର୍ଷିମଣ୍ଡଳଙ୍କୁ ଚାହିଁ ପୁଣିଥରେ ସେମାନେ ଧରାରେ ଅବତୀର୍ଣ୍ଣ ହୋଇ ଏ ଧରାକୁ ଶୋକତାପରୁ ରକ୍ଷା କରିବାକୁ ଆକୂତି ବାଢିଲାବେଳେ ସପ୍ତର୍ଷିଲୋକରୁ ଭାସି ଆସିଥିବା ବାଣୀ ଶ୍ରବଣ କରିଥିଲେ୤

‘ଧରା କି ଆସିବ ନାହିଁ ଏ ସାର୍ଥକ ତପସ୍ୟାର ସ୍ତରେ ?’

କିନ୍ତୁ ନିଶ୍ଚୟ ଦିନେ ବେଳ ଆସିବ ଯେତେବେଳେ ସମଗ୍ର ଧାରାରେ କେଉଁ ଏକ ଅତିମାନସ ଶକ୍ତିର ଅବତରଣ ଘଟିବ ଓ ଅନ୍ତରୀକ୍ଷର ନକ୍ଷତ୍ର ମଣ୍ଡଳୀର ଜ୍ୟୋତିରେ ଧରା ଅଭିଷିକ୍ତ ହେବ୤ ଏହି ଶେଷ କେତୋଟି କବିତାରେ ମନୋଜ କାବ୍ୟମାନସର ଯେଉଁ ଋଷିଦୃଷ୍ଟି ସମ୍ପର୍ଣ୍ଣତା ପ୍ରକଟିତ ହୋଇଛି ତାହା କବି ମାସନର କଳ୍ପନା ମାତ୍ର ନୁହେଁ – ସୁଦୂର ପଣ୍ଡିଚେରୀରେ ଏକ ତପସ୍ୟାରତ ଜୀବନର ଆତ୍ମିକ ଉତ୍ତରଣ ବୋଲି ମାନିବାକୁ ହେବ୤

କାବ୍ୟ ଚେତନାର ଉତ୍ତର ପର୍ବରେ ଯେଉଁ ଚିତ୍ରକଳ୍ପ ଓ ପ୍ରତୀକର ପ୍ରୟୋଗ ଘଟିଛି, ସେଗୁଡ଼ିକ ଆଧୁନିକ ଚିନ୍ତାଧାରାର ଉଦ୍ରେକ କରିବା ସହିତ ସୂକ୍ଷ୍ମ ଜୀବନବୋଧ ଓ ରହସ୍ୟମୟତାର ଉନ୍ମେଷ କରାଇଥାଏ୤

‘ଶୁଷ୍କ ଦୟାନଦୀ ପୁଣି ହେବ ସଞ୍ଜୀବିତ ?

କୂଳେ ତା’ର ଠାବ ହେବେ ଦିବ୍ୟ, ଧ୍ୟାନରତ

ଶାଶ୍ବତ ଦଧୀଚି ?

ଆରମ୍ଭିବ ଆଗାମୀର ଚାରୁ କାର୍ଯ୍ୟସୂଚୀ ?’

୧୯୫୪ ମସିହା ବେଳକୁ ‘ତୁମ ଗାଁ’ ଶୀର୍ଷକରେ କବିଙ୍କର କେତୋଟି କବିତା ସମକାଳୀନ ଓଡ଼ିଆ ପତ୍ରପତ୍ରିକା ମାନଙ୍କରେ ପ୍ରକାଶ ପାଇଥିଲା୤ ସେଇ କବିତା ସହିତ ‘ପଦଧ୍ବନି’, ‘ନନ୍ଦାବତୀର ମାଝି’, ‘ଉପନିବେଷ’ ରେ ସଂକଳିତ କିଛି କବିତାକୁ ଏକତ୍ର କରି ୧୯୯୨ ମସିହା ବେଳକୁ କବିଙ୍କର ‘ତୁମ ଗାଁ ଓ ଅନ୍ୟାନ୍ୟ କବିତା’ ଶିରୋନାମାରେ ଏକ କବିତା ସଂକଳନ ପ୍ରକାଶ ପାଇଥିଲା୤ ୧୯୫୪ ମସିହାରୁ ୧୯୯୦ ମସିହା ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କବିଙ୍କର ରଚିତ କବିତା ଗୁଡ଼ିକୁ ଏହି ଗ୍ରନ୍ଥରେ ପ୍ରକାଶ କରାଯାଇଛି୤ ସୁତରାଂ ଏହି ସଂକଳନ ମଧ୍ୟରେ କବିଙ୍କ ମାନସର ବିଭିନ୍ନ ଆଭିମୁଖ୍ୟ ପ୍ରକଟିତ ହୋଇଛି୤

ଆଧୁନିକ ଓଡ଼ିଆ ବାଣୀ କାନନକୁ ‘କବିତା ଉତ୍କଳ’ କବି ମନୋଜ ଦାସଙ୍କ ଅନ୍ୟତମ ଅନୁପମ ଷଷ୍ଠ ଅର୍ଘ୍ୟ୤ମନ୍ମୟ ମୁହୂର୍ତ୍ତର ଅନନ୍ୟ ଅନୁଭୂତି, କତିପୟ କିମ୍ବଦନ୍ତୀକୁ ପ୍ରତ୍ୟୟ କରି ‘କବିତା ଉତ୍କଳ’ କବିତା ସଂକଳନ ଋଦ୍ଧିମନ୍ତ୤ ଚଉରାଳିଶି ଗୋଟି କବିତାକୁ ନେଇ କବିତା ସଂକଳନ ବେଶ ପରିପୃଷ୍ଟ୤ କବିଙ୍କ ଭାଷାରେ –

“କବିତାର ପଟ୍ଟଭୂମିରେ ରହିଛି ଗୋଟିଏ ଗୋଟିଏ ମୁହୂର୍ତ୍ତର ଅନୁଭୂତି, ଯାହା ହଠାତ୍ ଗୋଟିଏ କିମ୍ବଦନ୍ତୀ ବା ଚରିତ୍ରର ତାତ୍ପର୍ଯ୍ୟ ମୋର ହୃଦ୍‌ବୋଧ କରାଇଦେଇଛି୤ କିମ୍ବଦନ୍ତୀ ଭିତରେ ପ୍ରାୟତଃ ସତ୍ୟଟିଏ ପ୍ରଚ୍ଛନ୍ନ ଥାଏ୤ କିମ୍ବଦନ୍ତୀର ସ୍ଥୂଳରୂପରେ ଥାଏ କାହାଣୀ ବା ନାଟକୀୟତା୤ ସେପରି ନହେଲେ ସାମୂହିକ ସ୍ମୃତି ତାକୁ ମନେ ରଖିବ ନାହିଁ୤ ମନେ ରହିଥାଏ ବୋଲି ଦିନେ ନା ଦିନେ ତା’ର ଅନ୍ତର୍ନିହିତ ସତ୍ୟ କାହାରି କାହାରି ଚେତନାରେ ଉଦ୍‌ଭାସିତ ହେବାର ସମ୍ଭାବନା ଥାଏ୤” ଉତ୍କଳର ବହୁ ଚରିତ୍ର ଓ କମନୀୟ କିମ୍ବଦନ୍ତୀଙ୍କୁ ଅଧ୍ୟୟନ ଓ ଅନୁଧ୍ୟାନ କରି କବି ଯାହା ଅନୁଭବ କରିଛନ୍ତି ତାହାକୁ ସରସ ସୁନ୍ଦର ଭାବରେ କବିତାରେ ଉପସ୍ଥାପନ କରିଛନ୍ତି ୤

ଜୀବନ ଓ ଜଗତ ପ୍ରତି ବ୍ୟକ୍ତିଗତ ଅନୁଭୂତିର କବିତା ଗୁଡ଼ିକ ବୋଧଗମ୍ୟ ଓ ନିର୍ମଳ୤ ପରିବର୍ତ୍ତନୀୟ ପରିସ୍ଥିତିରେ ଯେଉଁ ଦୃଶ୍ୟ ଯେତେବେଳେ କବିଙ୍କୁ ଅଭିଭୂତ କରିଛି ତାହା ବିଷୟରେ କବି ସେତେବେଳେ କବିତା ରଚନା କରିଛନ୍ତି ୤

ପରିଣାମ ଦୃଷ୍ଟିରୁ ସ୍ବଳ୍ପ ହେଲେ ହେଁ ଗୁଣାତ୍ମକ ବିଚାରରେ ମନୋଜ ଦାସ ବିଂଶ ଶତାବ୍ଦୀର ଦ୍ବିତୀୟ ଭାଗରେ ଆମ ସାହିତ୍ୟର ଜଣେ ବିଶିଷ୍ଟ କବି୤ ପରବର୍ତ୍ତୀ କାଳରେ ଆଧୁନିକ ଓଡ଼ିଆ କଥା ସାହିତ୍ୟ ଜଗତରେ ସେ ସୁଖ୍ୟାତି ଲାଭ କରିଛନ୍ତି, ଓଡ଼ିଆ କଥା ସାହିତ୍ୟକୁ ନୂତନ ଦିଶା ଦେଇଛନ୍ତି ୤ତଥାପି ତାଙ୍କର କବିମନ ସଂପୂର୍ଣ୍ଣ ଶୁଷ୍କ ହୋଇନାହିଁ – ବରଂ ସୁପ୍ତ ରହିଛି୤ ବେଳେ ବେଳେ ତାହା ଜାଗ୍ରତ ହୋଇ ଆମ କାବ୍ୟଧାରାକୁ ପୁଷ୍ଟ, ପ୍ଲାବିତ, ରସସିକ୍ତ ଏବଂ ବହୁରଙ୍ଗରେ ତରଙ୍ଗାୟିତ କରିବା ସହିତ ଏହାକୁ ବୌଦ୍ଧିକ ଚିନ୍ତା ଚେତନାରେ ମଣ୍ଡିତ କରିଛି୤


About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.