Loading...

Looking beneath and beyond the obvious

His Travelogues: Exploring the horizons – more human than geographic, discovering to our eyes their concealed splendors.
As a Travelogue Writer

Manoj Das's travelogues in Odia, narrating his experiences in some of the countries in Asia including Indonesia, Thailand and China as well as several Western countries enjoy great popularity in Odia, but in English he has only one volume of travel experiences and that is about places and people within India. But the volume, bearing the title My Little India, arrested the attention of readers right from the day it began as a serial in The Statesman Sunday Supplement. Published by the National Book Trust, India, the book unfolds layers and layers of the heritage of places he visits. His personal encounters smoothly get assimilated with legends and history and make the volume a rewarding reading experience.

ଯାତ୍ରାପଥର ଇସ୍ତାହାର:ଭ୍ରମଣ କଥା

ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ ପର୍ବରେ ପର୍ଯ୍ୟଟନ ସାହିତ୍ୟ ଏକ ବିଶିଷ୍ଟ ବିଭାଗ୤ ମନୋଜ ଦାସଙ୍କ ‘ଇଣ୍ଡୋନେସିଆ ଅନୁଭୂତି’ (୧୯୫୭), “ଦୂରଦୁରାନ୍ତର” (୧୯୬୭), ‘ଅନ୍ତରଙ୍ଗ ଭାରତ’ (୧୯୯୨) ଆଦି ପୁସ୍ତକ ଓଡ଼ିଆ ଭ୍ରମଣ ସାହିତ୍ୟକୁ ବିପୁଳ ସମ୍ଭାରରେ ସମୃଦ୍ଧ କରିଛି୤ ଭ୍ରମଣ କାହାଣୀ ଗୁଡ଼ିକର କଥନଭଙ୍ଗୀ ଯେପରି ଅପୂର୍ବ କାବ୍ୟିକ, କଳ୍ପନାଶ୍ରୟୀ, ତଥ୍ୟଭିତ୍ତିକ, ରମ୍ୟାତ୍ମକ ସେପରି ବାସ୍ତବଧର୍ମୀ ଓ ହୃଦୟସ୍ପର୍ଶୀ୤

ମନୋଜ ଦାସଙ୍କ ଭ୍ରମଣ ବୃତ୍ତାନ୍ତ ବା ରମ୍ୟ ଭ୍ରମଣ କାହାଣୀ ଗୁଡ଼ିକ ମୁଖ୍ୟତଃ ଇତିହାସ, କିମ୍ବଦନ୍ତୀ, ବାସ୍ତବ ଅଭିଜ୍ଞତାପୂର୍ଣ୍ଣ କଳ୍ପନାଶ୍ରୟୀ୤ ତାଙ୍କରି ଭାଷାରେ – “ତଥ୍ୟ ସହ କିଛି ଚିନ୍ତା, କିଛି ବ୍ୟକ୍ତିଗତ ଅନୁଭୂତି ଓ କଳ୍ପନା, ଇତିହାସ ସହ କିଛି କାହାଣୀ ଓ କିମ୍ବଦନ୍ତୀ – ଏସବୁ ଉପାଦାନର ସମାବେଶରୁ ସମ୍ଭୁତ ଏ ଲେଖା୤”

ପୁଣି ସେ ଲେଖିଛନ୍ତି, “ଗୋଟିଏ ଗୋଟିଏ ସ୍ଥାନକୁ କେନ୍ଦ୍ରକରି ମୋର ଚିନ୍ତାଧାରା ଯେପରି ଭାବରେ ପ୍ରଭାବିତ ହୋଇଛି, ଯେଉଁ ସବୁ ଘଟଣା ସ୍ମୃତିରେ ଜାଗରିତ ହୋଇଛି, ତାହାରି ଗପସପରେ (ପାଠକ ବନ୍ଧୁମାନେ) ପ୍ରୀତ ରହିବେ୤”

ଅଥଚ ଲେଖକ ଆଜିର ସମାଜ ପ୍ରତି ବୀତସ୍ପୃହ ହୋଇ କହିଛନ୍ତି, “ଅସତ୍ୟ ସହର୤ ଅବାସ୍ତବ ଜୀବନ୤ ନା, ଏସବୁ ମହାନଗରୀ ନେଇ ଭ୍ରମଣ କାହାଣୀ ଲେଖିବାର ସ୍ପୃହା ମୋର ନାହିଁ୤ – – – ବଣିକ ସଭ୍ୟତା ଓ ବିଜ୍ଞାନ ଦେଶ ମହାଦେଶ ବ୍ୟାପୀ ବାତାବରଣକୁ ଏକାକାର କରିଦେଇଛି୤ କୌଣସି ମହାନଗରୀର ସ୍ଥୂଳ ଚେହେରାରେ ବୈଚିତ୍ର୍ୟ ନାହିଁ, ବିସ୍ମୟ ନାହିଁ, ଅଥଚ ଏଇ ପୃଥିବୀ ଥିଲା କେତେ ବୈଚିତ୍ର୍ୟମୟ ବିଗତ ଯୁଗର ପର୍ଯ୍ୟଟକ ଆଗରେ୤”

ଲେଖକ ଶ୍ରୀ ଦାସ ଭ୍ରମଣ କରିଥିବା ସ୍ଥାନଗୁଡ଼ିକ ତାଙ୍କ ମାନସ ପଟରେ ଯେଉଁ ପ୍ରଭାବ ପକାଇଥିଲା, ତାହାର ସ୍ମୃତିକୁ ହିଁ ରୋମାନ୍ଥନ କରିଛନ୍ତି୤ ସ୍ମୃତି ରୋମାନ୍ଥନ କାଳରେ ଅତି ସରଳ ଅଥଚ ସ୍ବାଭାବିକ ଭାବେ, ସ୍ମୃତି ସବୁ ଉତୁରି ଆସିଛି ଲେଖନୀ ମୁନକୁ୤ଇତିହାସର ନୀରସ କଥା ସହ କାହାଣୀ ଆକାରରେ ଧରା ଦେଇଛନ୍ତି ୤ ଶ୍ରୀ ଦାସଙ୍କ ଲେଖନୀ କାହାଣୀଧର୍ମୀ ଉପସ୍ଥାପନ, ଚମତ୍କାର ଭାଷା ଓ ଶୈଳୀରେ ଋଦ୍ଧିମନ୍ତ ପ୍ରତିଟି ସ୍ଥାନର ପୃଷ୍ଠଭୂମି, ପରିବେଶ ଲେଖକଙ୍କ ସୃଷ୍ଟିରେ ଅନନ୍ୟ ରୂପ ଗ୍ରହଣ କରିଛି୤

କୌଣସି ବିଷୟର ବର୍ଣ୍ଣନା କଲାବେଳେ ବିରକ୍ତି ନାହିଁ ବରଂ ଅଛି ଏକ ସାବଳୀଳ ଉତ୍କଣ୍ଠା୤ ଲେଖକ ଏହାକୁ ଭ୍ରମଣ କାହାଣୀ ଭାବରେ ନ ଲେଖି ସ୍ମୃତି, ଅନୁଭୂତିର ଆଲେଖ୍ୟ ବୋଲି କହିଲେ ସୁଦ୍ଧା ଓଡ଼ିଆ ଭ୍ରମଣ ସାହିତ୍ୟରେ ଏହିସବୁ ଲେଖା ଏକ ଏକ ଅନତିକ୍ରମଣୀୟ ଅନନ୍ୟ ସୃଷ୍ଟି, କହିବା ବାହୁଲ୍ୟ ମାତ୍ର୤

Along the zigzag way


Prof Manoj Das for April Conference 2016

About Manoj Das

For thousands of men, women and children of the past two or three generations, Manoj Das has been the very synonym of light and delight, whose writings in Odia and English inspire in his countless readers faith in the purpose of life and also open up concealed horizons of confidence and compassion in humanity a dire need today.