Smt. Rajashree Das
Smt. Rajashree Das
ମୋ ଦିଅର ମନୋଜ
ବିଗତ ଶତାବ୍ଦୀର ଚତୁର୍ଥ ଦଶକରେ ମୁଁ ଯେତେବେଳେ ମନୋଜଙ୍କ ପରିବାରକୁ ବୋହୁ ହୋଇ ଆସିଲି, ସେତେବେଳେ ମନୋଜଙ୍କ ପୟସ ୯ କିମ୍ବା ୧୦ ବର୍ଷ ମୋ ବୟସ ୧୪ ବର୍ଷ ସେ ମୋର ଏକମାତ୍ର ଦିଅର ; ମୁଁ ତାଙ୍କର ଏକମାତ୍ର ବଡ ଭାଉଜ (ବୌଦିଦି) ମୋ ନିଜର ଭାଇ ନାହିଁ ମନୋଜଙ୍କୁ ପ୍ରଥମେ ଦେଖି ମନ ଭିତରେ ମୋର ସାନଭାଇ ପ୍ରତି ସଂଚାରିତ ସ୍ନେହ ଅନୁଭବ କରିଥିଲି ୯ ବର୍ଷର ଏହି ଚପଳ ଚଞ୍ଚଳ ବୁଦ୍ଧିଦିପ୍ତ ବାଳକ ସଦା ଚଞ୍ଚଳ ; ଅନ୍ୟକୁ ଚକିତ କରିବାର ପ୍ରୟାସ ସବୁବେଳେ ଜାରି ରଖିଥାଏ କେତେବେଳେ ଫଳଭାରାକ୍ରାନ୍ତ ଜାମରୁଳ ଗଛ ଉପରେ ଆକ୍ରମଣ ତ, କେତେବେଳେ ଅନ୍ୟ କେଉଁ ବୃକ୍ଷଡାଳରେ ବସି ସୁମଧୁର ବଂଶୀବାଦନ ; କେତେବେଳେ ପୁଣି ହରମୋନିଓମ୍ ବଜାଇ ସଂଗୀତ ଗାନ ତ, କେତେବେଳେ ଦିଆସିଲି କାଠି ସମୂହର ସହାୟତାରେ ମ୍ୟାଜିକ୍ ଦେଖାଇ ଅନ୍ୟକୁ ଚମକ୍ତ୍ରୁତ କରିବା ଏ ସମସ୍ତ କଳାକୌସଳର ପ୍ରଥମ ଦର୍ଶକ ବା ଶ୍ରୋତା ଥିଲି ମୁଁ ବୟସର ନିକଟବର୍ତ୍ତିତା ତଥା ପରିବାରର ସ୍ବାଧୀନ ବାତାବରଣରେ ମୁଁ ହୋଇଯାଇଥିଲି ତାଙ୍କର ଭାଉଜରୂପୀ ସହଜୋଗୀ ଗାଁ ବାଡି-ବଗିଚାର ଜାମରୁଳ, ଲିଚୁ, ସପେଟା, ଜାମୁକୋଳି, ବରକୋଳି ଇତ୍ୟାଦି ସମଗ୍ର ଫଳଗଛର ସାମ୍ରାଜ୍ୟ ଉପରେ ତାଙ୍କର ଅଖଣ୍ଡ ଆଧିପତ୍ୟ ଓ ଉପ୍ତାତ ବଗିଚାର ବଛା ବଛା ୨୬ଟି ପିଜୁଳି ଗଛକୁ ସେ ସେତେବେଳେ ଓଡିଶା ପ୍ରଦେଶର ୨୬ଟି ଗଡଜାତ ନାମରେ ନାମିତ କରିଥାନ୍ତି ସବୁଠାରୁ ବଡ ଝଙ୍କାଳିଆ ପିଜୁଳି ଜଛଟିର ନାମ ଦେଇଥାନ୍ତି “ମୟୁରଭଞ୍ଜ” ତାହା ବୋଧହୁଏ ମୋ ସମ୍ମାନାର୍ଥେ କାରଣ ମୁଁ ଥିଲି ମୟୁରଭଞ୍ଜର ଝିଅ ତୁଳସୀ ଦୁଇପତ୍ରରୁ ବାସିବା ଭଳି ବାଲ୍ୟ ଚପଳ କୌତୁକ ଭିତରେ ବି ବାଳକ ବୟସରୁ ତାଙ୍କଠାରେ ଗୁରୁଜନ ପ୍ରତି ସମ୍ମାନବୋଧ ଟିକେହେଲେ ଊଣା ନଥିଲା ଅତୀତର ସ୍ମୃତିଚାରଣରେ ମନୋଜଙ୍କର ଏସବୁ ପିଲାକାଳ କଥା ଆଜି ମୋର ମନେ ପଡୁଛି ଛାତ ଉପରେ ପସି ହାଋମୋନିଓମ୍ ବଜାଇ ସ୍ବରଚିତ ଗୀତରେ ଏ ସ୍ବର ସଂଯୋଜନା କରୁଥିଲେ ମୁଁ ବସି ଶୁଣୁଥିଲି ସେ ସଂଗୀତରୁ ଗୋଟିଏ ଏବେ ବି ମନେ ଅଛି-
“ ଲହରୀ ଉତ୍ତାଳ୍ ରେ
ତରଣୀ ସମ୍ଭାଳ୍ ରେ
ପବନେ ଶୁଭେ ମରଣ ହୁଙ୍କାର
ଗଗନେ ଘେରିଛି ଅନ୍ଧକାର ”
ଆହୁରି କେତେ ଗୀତ, କବିତା ଓ ବ୍ୟଙ୍ଗ କବିତାର ପଦବିନ୍ୟାସ କରୁଥିଲେ ଏସବୁ ଥିଲା ତାଙ୍କର ଅପରିପକ୍ବ କୈଶୋରର ଇତସ୍ତତଃ ପଦକ୍ଷେପ
ଏହାପରେ ସେ ଆସିଲେ ବାଲେଶ୍ବର ଜିଲ୍ଲାସ୍କୁଲରେ ପଢିବାକୁ ତାଙ୍କ ଭାଇ ଫକୀରମୋହନ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେବାପରେ ବାଲେଶ୍ବରରେ ଆମେ ଫକୀରମୋହନ ସେନାପତିଙ୍କ କୋଠାର ସୁରକ୍ଷିର ଅଂଶଟି ଭଡାନେଇ ରହିଲୁଁ ଡାହାଣ ପଟେ ସେ କୋଠାର ସ୍ତୁପୀକ୍ରୁତ ଭଗ୍ନାବଶେଷ ପଛପଟେ “ ଶାନ୍ତି କାନନ” ର ଶାନ୍ତ ପରିବେଶ ସେହିଠାରେ ପ୍ରକାଶ ପାଇଲା ନବମ-ଦଶମ ଶ୍ରେଣୀର ଛାତ୍ର ମନୋଜ ଦାସଙ୍କର ପ୍ରଥମ ସାହିତ୍ୟ ସାଧନାର କୃତି ପୁସ୍ତକ ଦୁଇଟି “ଶତାବ୍ଦୀର ଆର୍ତନାଦ” ଏବଂ “ବିପ୍ଲବୀ ଫକୀରମୋହନ” ବାଲ୍ୟସୁଲଭ ଅନେକ ପ୍ରତିଭାର ସମାହାର ଭିତରୁ ଗାୟକ, ବାଦକ କିମ୍ବା ଯାଦୁକରର ସମ୍ଭାବନାକୁ ଏଡାଇ ସେ ଆଗଇ ଚାଲିଲେ ସାହିତ୍ୟର ସ୍ରୁଜନୀ ପଥରେ ଏହାପରର ମନୋଜ ଦାସଙ୍କୁ ସମସ୍ତେ ଜାଣନ୍ତି
ମୁଁ ତାଙ୍କୁ ଯେପରି ଜାଣେ ଆମର ପାରିବାରିକ ବିପୁଳ ଅନୁଭୂତିରେ ବାଲେଶ୍ବର ଜିଲ୍ଲାସ୍କୁଲ ପରେ ଫକୀରମୋହନ କଲେଜରୁ ଆଇ.ଏ., ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ବି.ଏ., ତା ପରେ କଟକ ରେଭେନ୍ସା କଲେଜରୁ ଏମ୍.ଏ., ଖ୍ରାଏଷ୍ଟ୍ କଲେଜରେ ଅଧ୍ୟାପକ ହେବା ସମୟରେ ସବୁବେଳେ ସେ ଆମ ପାଖରେ ଥିଲେ ତା ପରେ, ମନୋଜ ପଣ୍ଡିଚେରୀ ଚାଲିଗଲେ ଶ୍ରୀ ଅରବିନ୍ଦ ଶ୍ରୀମା ଙ୍କ ଅଧ୍ୟାତ୍ମିକ ପରିଧିକୁ, ଓଡିଶାର କର୍ମକ୍ଷେତ୍ର ଓ ଆମ ପରିବାରକୁ ଦୂରରେ ରଖିଦେଇ କିନ୍ତୁ ଛାଡିଦେଇ ନୁହେଁ ଦୂରରେ ଥାଇ ମଧ୍ୟ ସେ ଆମ ନିକଟରେ ଥିବା ପରି ଅଛନ୍ତି ପ୍ରତିବର୍ଷ ଏକାଧିକ ଥର ବିଭିନ୍ନ ସଭା ଓ ଅନୁଷ୍ଠାନର ନିମନ୍ତ୍ରଣରେ ମନୋଜ ଓଡିଶା ଆସନ୍ତି ଆସନ୍ତି ଆମ ନିଜ ଘରକୁ ଓଡିଶା ପ୍ରତି ତାଙ୍କର ଆକର୍ଷଣ, ବାଲେଶ୍ବରର ସୁଦୂର ଉପକୂଳବର୍ତୀ ଗାଁ ଜନ୍ମମାଟି ପ୍ରତି ତାଙ୍କର ମମତା ଅତୁଟ ଆମ ପରିବାର ପ୍ରତି, ଆତ୍ମୀୟସ୍ବଜନ ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ସମ୍ମାନ ଓ କର୍ତବ୍ୟବୋଧ ସବୁବେଳେ ଆମେ ଅନୁଭବ କରୁଛୁଁ ଆଜିବି ସେ ଭୁବନେଶ୍ବର ଆସିଲେ ଆମ ବାଡିର ପିଜୁଳିଟିଏ କି ଆତଟିଏ ମୁଁ ବଢାଇଦେଲେ ସେ ସେହି ପିଲାଦିନ ପରି ଉଚ୍ଛ୍ବସିତ ଆନନ୍ଦ ଓ ଆଗ୍ରହରେ ଧରି ନିଅନ୍ତି
ମନୋଜ ଆଜି ଓଡିଶାର, ଭାରତର ଏବଂ ଭାରତ ବାହାର ଦେଶର ସମସ୍ତଙ୍କର ପ୍ରିୟ ଲେଖକ ଏହା ମୋ ମନରେ ଅସୀମ ଆନନ୍ଦ ଆଣି ଦେଉଛି
-ସୌଜନ୍ୟ: “ ମନୋଜାୟନ”