Smt Nandini Satapathy
Smt Nandini Satapathy
ଅଭିନନ୍ଦନ ଓ ଶୁଭେଚ୍ଛା
ମନୋଜ ବାବୁଙ୍କ ସମ୍ପର୍କରେ ସ୍ବାଗତ ଗ୍ରନ୍ଥରେ କିଛି ଲେଖିବା ପାଇଁ ମୋତେ କହିଛନ୍ତି ମନୋଜ ବାବୁ କଟକରେ ପାଠ ପଢ଼ୁଥିବା ବେଳୁ ତାଙ୍କୁ ମୁଁ ଜାଣିଛି ତାଙ୍କ ସହିତ ମୋର ଭାଇ ଭଉଣୀ ସମ୍ପର୍କ ମୁଁ ତାଙ୍କର ଅପା ଏବଂ ସେ ମୋର ମନୋଜ ବୋଧହୁଏ ତାଙ୍କର ପ୍ରଥମ ବହି ‘ସମୁଦ୍ରର କ୍ଷୁଧା’ ମୁଁ ପଢ଼ିଥିଲି ତାହା ମୋତେ ଏପରି ଭଲ ଲାଗିଲା ଯେ, ମୋ ବାପା (ସ୍ବର୍ଗତ) କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କୁ ତାହା ନେଇ ଦେଖାଇଲି ଏବଂ ସେ ମଧ୍ୟ ତାହା ପଢି ଖୁବ୍ ଆନନ୍ଦିତ ହୋଇ ଲେଖକଙ୍କୁ ଆମ ଘରକୁ ଡ଼ାକିବାକୁ କହିଲେ ମନୋଜ ବାବୁ ବହୁବାର ଆମ ଘରକୁ ଆସିଛନ୍ତି ଏବଂ କାଳିନ୍ଦୀ ବାବୁଙ୍କଠାରୁ ଆଶୀର୍ବାଦ ନେଇଛନ୍ତି, ପ୍ରଶଂସା ଶୁଣିଛନ୍ତି
ତା’ପରଠାରୁ ଆଜି ପର୍ଯ୍ୟନ୍ତ ମନୋଜ ବାବୁଙ୍କ ଲେଖା ଅବ୍ୟାହତ ରହିଛି ବହୁ ଗଳ୍ପ, ଉପନ୍ୟାସ, କବିତା ତଥା ସ୍ତମ୍ଭ ଲେଖା ତାଙ୍କର ପ୍ରକାଶିତ ହୋଇଛି କେତୋଟି ବହି ମଧ୍ୟ ଇଂରାଜୀରେ ବାହାରିଛି ବହୁ ସମ୍ମାନର ସେ ଅଧିକାରୀ ହୋଇଛନ୍ତି ଆଜି ପୁଣି ବାଲେଶ୍ବରବାସୀଙ୍କ ଦ୍ବାରା ଅଭିନନ୍ଦିତ ହେବାକୁ ଯାଉଛନ୍ତି ଏହି ଅବସରରେ ମୁଁ ତାଙ୍କ କୃତି ବିଷୟରେ ଅଧିକ କ’ଣ ଲେଖିବି ? ପ୍ରାୟ ସବୁ ବହି ତାଙ୍କର ମୁଁ ପଢ଼ିଛି ଅବଶ୍ୟ ଅବସ୍ଥା ଅନୁସାରେ ତାଙ୍କର ଲେଖାର ଢ଼ଙ୍ଗ ମଧ୍ୟ ବଦଳିଯାଇଛି ପଣ୍ଡିଚେରୀ ଗଲାପରେ ଯାହା ସବୁ ଲେଖିଚନ୍ତି ଓ ଲେଖୁଛନ୍ତି ସେ ସବୁର ଏକ ଅନ୍ତର୍ନିହିତ ଉଚ୍ଚ ମାର୍ଗର ଦର୍ଶନ ରହିଛି ସବୁ ଲୋକ୍ ହୁଏତ ତାଙ୍କ ଲେଖା ବୁଝି ନ ପାରନ୍ତି, କିନ୍ତୁ ଯେଉଁମାନେ କିଛି ମାତ୍ରାରେ ତାଙ୍କ ସ୍ତରକୁ ଯିବାକୁ ଚେଷ୍ଟା କରୁଛନ୍ତି ସେମାନେ ବୁଝିପାରିବେ ମୁଁ ଆଶା କରୁଛି ଆପଣଙ୍କର ଏହି ଅଭିନନ୍ଦନ ଗ୍ରନ୍ଥ ମନୋଜଙ୍କର କୃତି ସମ୍ପର୍କରେ ସମୃଦ୍ଧ ହୋଇ ଓଡ଼ିଶାର ପାଠକ, ପାଠିକାଙ୍କୁ ଆନନ୍ଦ ଦେବ ଆପଣମାନଙ୍କ ସହିତ ଏହି ଅବସରରେ ମୁଁ ମଧ୍ୟ ମନୋଜଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି
ସୌଜନ୍ୟ: “ ମନୋଜାୟନ”