Shri Sourindra Barik
Shri Sourindra Barik
ଦୂର-ନିକଟ, ନିକଟ-ଦୂର
ବାହ୍ୟ ଦୂରତା ସତ୍ତ୍ବେ ଏତେ ଘନିଷ୍ଠତା ଯେ ସୃଷ୍ଟି ହୋଇପାରେ ପୂର୍ବରୁ ମୁଁ ଜାଣି ନଥିଲି ଜାଣି ନଥିଲି ସଂପର୍କର ନିବିଡତା ନିଜର ଅଜ୍ଞାତସାରରେ ମଧ୍ୟ ସ୍ଥାପିତ ହୋଇଥାଏ ମନୋଜ ବାବୁଙ୍କ ସଂପର୍କରେ ଭାବିଲା ବେଳକୁ ଏପରି ଧାରଣା ସୃଷ୍ଟି ହୋଇ ଉଠିଥିଲା କାରଣ କେବେହେଲେ ମୁଁ ତାଙ୍କର ନିକଟ ସଂସ୍ପର୍ଶରେ ଆସି ନଥିଲି ଯେତେବେଳେ ଯେଉଁଠି ଦେଖା ହୋଇଛି ତାହା ମୁଖ୍ୟତଃ ଔପଚାରିକତା ମଧ୍ୟରେ ହିଁ ସୀମିତ ରହି ଯାଇଛି ସେ ମୋ ପାଖରେ ଦୂର ପାହାଡ ପରି ଆକର୍ଷଣୀୟ ହୋଇ ଉଠିଛନ୍ତି ମୋତେ ଲାଗିଛି ଯେପରି ଏହି ଆକର୍ଷଣ ତାଙ୍କ ମୋ ଭିତରେ ଥିବା ଦୂରତାର କୁହୁକ ମାତ୍ର ଆଜି ତାଙ୍କ କଥା ଭାବିଲା ବେଳକୁ ମୁଁ ଅନୁଭବ କରୁଛି ଯେ ମନୋଜ ବାବୁଙ୍କ ପାଖରେ ବୋଧହୁଏ ଔପଚାରିକତା ବୋଲି କିଛିନାହିଁ ମୋଟା ଚଷମା ତଳୁ ତାଙ୍କର ଚାହାଣି, ଆଉ ଓଠରେ ଲାଗି ରହିଥିବା ସରୁ ହସଟିରେ ସବୁ ନିବିଡତା ଏବଂ ଉଷ୍ମଆନ୍ତରିକତା ମୋତେ ଲାଗେ ଯେମିତି ନିକଟତା ହିଁ ମନୋଜୀୟତା
ପୂର୍ବରୁ କହିଛି ମୁଁ ତାଙ୍କୁ ଦୂରରୁ ଦେଖିଛି ରେଭେନସା କଲେଜରେ ମୁଁ ଭର୍ତ୍ତି ହେଲା ବେଳକୁ ସେ ଇଂରାଜୀରେ ଏମ୍.ଏ. ଛାତ୍ର ଛାତ୍ରନେତା ଭାବରେ ପରିଚିତ ସେହି ହିସାବରେ ମୁଁ ତାଙ୍କୁ ଦେଖିଥିଲି, ଜାଣିଥିଲି ମୁଁ ଛାତ୍ର ରାଜନୀତିରେ ଆଗ୍ରହୀ ନଥିଲି ତେଣୁ ସେତେବେଳେ ସେ ମୋତେ ଆକର୍ଷଣ କରିନଥିଲେ ମୁଁ ଅନୁଭବ କରିଥିଲି ତାଙ୍କ ଭାଷଣରେ ଉଚ୍ଚାରିତ ହେଉଥିବା ପ୍ରତିଟି ଶବ୍ଦରେ ଯେପରି ଭରି ରହିଥିଲା ଆନ୍ତରିକତା ମୋତେ ଲାଗିଲା ଯେମିତି ପ୍ରତିଟି ଶବ୍ଦକୁ ସେ ବିଞ୍ଚୁଛନ୍ତି, ଫଳରେ ପ୍ରତିଟି ଶବ୍ଦ, ଶବ୍ଦ ଶବ୍ଦ ମଧ୍ୟରେ ସଂପର୍କ ସେମାନଙ୍କର ସାଧାରଣ ଚଳଣିପଣକୁ ଟପି ଏକ ଅଦ୍ଭୁତ ଭାବରେ ମନୋଜୀୟ ହୋଇ ପଡୁଛନ୍ତି ଏହିପରି ହେବା ଫଳରେ ତାର ଧ୍ବନି, ଛନ୍ଦ, ଏପରିକି ନାଟକୀୟତାରେ ଉକୁଟି ଉଠୁଛି ଏକ ନିଜସ୍ବପଣ ଯାହା ଶବ୍ଦର କାରିଗରୀ ଅବା ବାଗ୍ନୀତାର ଯଦୁକରୀରୁ ନୁହେଁ, ଅନୁଭବର ଗଭୀରତାରୁ ଜନ୍ମ ଲାଭ କରିଛି ଏସବୁ ସତ୍ତ୍ବେ ମୋ ଭିତରେ କେମିତି ଏକ ଅପୂର୍ଣ୍ଣତା ବୋଧ ଘାରି ଯାଇଥିଲା ମୁଁ ତାଙ୍କ ଭାଷଣ ଦ୍ବାରା ଯେତେ ପ୍ରଭାବିତ ହୋଇ ନଥିଲି. ତା ଠାରୁ ଅଧିକ ବିଚଳିତ ହୋଇଥିଲି ମୁଁ ବୁଝି ପାରୁନଥିଲି ମୋ ବିଚଳିତ ହେବାର କାରଣ କଣ ଗୋଟାଏ ରହସ୍ୟମୟତା ମୋତେ ଘାରିଥିଲା ମୋ ଅଜାଣତରେ ମୁଁ ସେହି “କଣ ଗୋଟାଏ” କୁ ଯେମିତି ଖୋଜି ବୁଲୁଥିଲି ମୁଁ କଣ ସେଦିନ ଜାଣିଥିଲି ଏହି “କଣ ଗୋଟାଏ” ତ ମନୋଜବାବୁଙ୍କର ମନୋଜ ପଣ
କଟକରେ ତାଙ୍କୁ ଆମ ବିଭାଗରେ ଦେଖି ସେଦିନର ସେ ବିଚଳତା ମୋତେ ଆହୁରି ବ୍ୟସ୍ତ କରିଥିଲା ମୁଁ ତାଙ୍କ ସରଳତାର ଐଶ୍ବର୍ଯ୍ୟରେ ମୋହିତ ହୋଇଥିଲି ବରମ୍ବାର ନିଜକୁ ପ୍ରଶ୍ନ କରୁଥିଲି ସେହି ଐଶ୍ବର୍ଯ୍ୟଟି କଣ ? ଯାହାକୁ ବୁଝି ହେଉନି, ପ୍ରକାଶ କରି ହେଉନି ଆଜି ଅନୁଭବ କରୁଛି ସେହି ଅବୋଧ୍ୟ ଐଶ୍ବର୍ଯ୍ୟଟି, ସେହି କଣ ଗୋଟିଏ ଯାହା ତାଙ୍କ ବ୍ୟକ୍ତିତ୍ବର ପୂର୍ଣ୍ଣତା ଭିତରେ ଛପି ରହିଥିବା ବାଙ୍ମୟୀ ନୀରବତା ଏହା ତାଙ୍କ ବାହ୍ୟ ସାଧାରଣତା ଭିତରେ ଗୁମ୍ଫିତ ଅସାଧାରଣ ସତ୍ତାଟିଏ ଏହା ଯେମିତି ପ୍ରତିଟି ନୂଆ ସକାଳ ପରି, ପରିଚିତ ଅପରିଚିତ;ପ୍ରତି ଜହ୍ନରାତି ପରି ସତ୍ୟଶୀଳ ରହସ୍ୟମୟତା ସେଦିନ ସେହି ସତ୍ତାଟିର ଅଜ୍ଞାତ ଆକର୍ଷଣ ମୋତେ ମୋହିତ କରିଥିଲା ତାଙ୍କ ରାଜନୀତି ଆଡକୁ ନୁହେଁ, ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିବା ତାଙ୍କର କବିତା ପ୍ରତି ଆକର୍ଷିତ ହେଲି କବିତା ସହ ତାଙ୍କୁ ଭଲ ପାଇ ବସିଲି, ସମ୍ମାନ କରିବାକୁ ଲାଗିଲି “ ଚନ୍ଦ୍ରମାର ଷ୍ଟାମ୍ପମରା ରାତ୍ରିର ଖାମ୍ ରେ” ପରି ମୋତେ ତାଙ୍କ କବିତା ଲାଗିଲା ଯେପରି ସେଗୁଡିକ ମନୋଜ ଷ୍ଟାମ୍ପମରା ସତ୍ୟ-ରହସ୍ୟର ଖାମ୍
ତାଙ୍କର ଭାଷଣ, କବିତା ଓ ଶେଷରେ ଗଳ୍ପ ଉପନ୍ୟାସ କିଏ ମୋତେ ବେଶି ଆକର୍ଷଣ କରିଥିଲା ? ତାଙ୍କର ବ୍ୟକ୍ତିତ୍ବ, ଯାହା ଅତି ସାଧାରଣ ଭାବରେ ଅସାଧାରଣ ତାଙ୍କ ଭାଷଣ ଅଗ୍ନିବର୍ଷୀ ନୁହେଁ, ତାହା ଶୀତ ରାତିରେ ଉହ୍ନେଇର ଉଷୁମ ପରି ଧୀରେଧୀରେ ଦେହ ଭିତରକୁ ଭେଦିଯାଏ; ଖାଲି ଦେହ ନୁହେଁ, ମନ ଓ ଶେଷରେ ଚେତନାକୁ ଛାଇଯାଏ ସେହିପରି ବି ତାଙ୍କ ଲେଖା ସବୁଥିରେ ମୁଁ ପାଇଛି ସେହି ବ୍ୟକ୍ତିତ୍ବର ଛାପ ଯାହା କିଛି ଦୂରତା ରଖେନାହିଁ କଥା, ବିଶ୍ବାସ ଓ ଜୀବନ ଢଙ୍ଗ ସବୁ ଏକ ହୋଇଯାଏ ଏହି ଏକ ହୋଇଯିବା ତ ସୃଜନଧୀଳତା, ସତ୍ୟର ଅନନ୍ୟ ନାନ୍ଦନିକ ଅନୁଭବ ଏହାହିଁ ଆଧ୍ୟାତ୍ମିକତା ଫଳରେ ବାହ୍ୟ ଦୂରତା ସତ୍ତ୍ବେ ସେ ମୋର ଏତେ ନିକଟ ହୋଇ ପାରିଥିଲେ ଆଜି ବି ସେ ମୋର ଦୂର-ନିକଟ ଏହି ଦୂର-ନିକଟତା ମୁଁ ପାଇଛି ତାଙ୍କ ବ୍ୟକ୍ତିତ୍ବରେ, ତାଙ୍କ ସୃଷ୍ଟି ସମ୍ଭାରରେ ଏହାରି ଛାପ ତାଙ୍କର ପ୍ରତିଟି ଲେଖାରେ ତାଙ୍କ ଲେଖାରେ ତାଙ୍କ ବ୍ୟକ୍ତିତ୍ବ ଏପରି ଦୂରତା ରକ୍ଷା କରିଥାଏ ଯେ, ସେ ଲେଖାରେ ଅଦୃଶ୍ୟ ଥାଆନ୍ତି ମାତ୍ର ଏହି ଦୂରତା ଯୋଗୁଁ ହିଁ ତାଙ୍କୁ ପ୍ରତି ମୁହୂର୍ତ୍ତରେ ଅନୁଭବ କରିହୁଏ ଈଶ୍ବରଙ୍କ ପରି ତାଙ୍କ ଲେଖାରେ ସିଏ ସବୁଠି ଅଛନ୍ତି ପୁଣି କେଉଁଠି ନାହାନ୍ତି ଏହି ନୈର୍ବ୍ୟକ୍ତିକ ଆତ୍ମିକତା ତାଙ୍କ ଲେଖାକୁ ସତ୍ୟନିଷ୍ଠ କରେ ସତ୍ୟର ରହସ୍ୟକୁ ଅନନ୍ୟ ଭାବରେ ତୋଳି ଧରିବାରେ କ୍ଷମ ହୁଏ ତେଣୁ ଦର୍ଶନ, ଚିନ୍ତା,ତତ୍ତ୍ବ ଗୋଟିଏ ପରିଣତିରେ ଶେଷ ହୁଏନାହିଁ ଏହା ଅନୁଭବର ଅଂଶ ହୋଇଯାଏ ତତ୍ତ୍ବ ଜୀବନର ରହସ୍ୟର ନିର୍ଯ୍ୟାସରେ ରୂପାନ୍ତରିତ ହୋଇଯାଏ ତାଙ୍କର ପ୍ରତ୍ୟେକଟି ଲେଖା ହୋଇଯାଏ ଜୀବନର ଅର୍ଥାନୁସଂଧାନ ଏହି ଅନୁସଂଧାନ ହିଁ ତାଙ୍କ ଲେଖାର ମୂଳମନ୍ତ୍ର ତାଙ୍କ ବଞ୍ଚିବାର ବି ଏହାହିଁ ବୋଧହୁଏ ପ୍ରଭାବିର କରେ ତାଙ୍କ ବ୍ୟକ୍ତିତ୍ବକୁ, ବଞ୍ଚିବା ଢଙ୍ଗକୁ କଳା ଆଉ ଜୀବନ ସହ ସଂପର୍କକୁ
ଏହି ଦୂର ନିକଟତା ଏତେ ବେଶି ନିବିଡ ଯେ ତାଙ୍କୁ ବୁଝି ହୁଏନି ଖାଲି ଯାହା ଅନୁଭବ କରିହୁଏ ଏହିଥିରେ ନିହିତ ରହସ୍ୟମୟତା ରହସ୍ୟମୟତା କେବଳ କ୍ରାନ୍ତ ଯୌକ୍ତିକତା ନୁହେଁ; ଏହାର ପ୍ରାଣସ୍ପନ୍ଦନ ହେଉଛି ଅପ୍ରତ୍ୟଶିତତା ତାଙ୍କ ଜୀବନ ଓ ଲେଖାରେ ଏହି ଅପ୍ରତ୍ୟାଶିତତାର ପ୍ରକାଶ ଛାତ୍ର ଜୀବନରେ ସାମ୍ୟବାଦୀ ରାଜନୀତିରେ ଆଗ୍ରହ ଖାଲି ପ୍ରସାଧନୀ ଆଗ୍ରହ ନୁହେଁ, ସଂପୃର୍ଣ୍ଣରୂପେ ଅଙ୍ଗୀକାରବଦ୍ଧ ତା ପରେ ଦିନେ ହଠାତ୍ ଶ୍ରୀଅରବିନ୍ଦଙ୍କ ଭକ୍ତ ଏହା ଏକ ଦିଗରେ ଅପ୍ରତ୍ୟାଶିତତା ପୁଣି ଅନ୍ୟ ଦିଗରେ ସତ୍ୟକୁ ସାମ୍ନା କରିବାର ଏକ ବୈପ୍ଳବିକ ଅହଂ-ଉତ୍ସର୍ଗ ଏହା କେବଳ ମନୋଜ ବାବୁଙ୍କ ପାଖରେ ହିଁ ସମ୍ଭବ କାରଣ ତାଙ୍କ ଭିରରେ ଅହଂ, ବାସ୍ତବତା ଓ ରହସ୍ୟ ଭିରରେ କିଛି ଦୂରତା ନାହିଁ ସବୁ ନିବିଡତା, ସବୁ ଏକୀଭୂତତା ତାଙ୍କ ଲେଖା ତ ଏହିପରି ଜୀବନର ଛାପ ତା ସତ୍ୟର ରହସ୍ୟ ଏହି ରହସ୍ୟ ସତ୍ୟବୋଧ ନିଜ ବଞ୍ଚିବାର ନିବିଡତାରେ ଧ୍ବନିତ ହୋଇଛି ତେଣୁ ତାଙ୍କ ପ୍ରତ୍ୟେକ ଲେଖାରେ ଏହି ଅପ୍ରତ୍ୟାଶିତତା ଶୈଳୀ ଦୃଷ୍ଟିରୁ ଏହାକୁ ଆପଣ ନାଟକୀୟତା, ବିସ୍ମୟତା ଆଦି ଯାହା କିଛି କହନ୍ତୁନା କାହିଁକି ଏହା ମନୋଜୀୟ ଜୀବନାନୁଭୂତିର ନିଜସ୍ବ ଉଚ୍ଚାରଣ ଏହି ଅପ୍ରତ୍ୟାଶିତତା ଭିତରେ କିନ୍ତୁ ଆଉ ଗୋଟିଏ ସମ୍ଭାବନା ଛପି ରହିଥାଏ ତାହା ହେଉଛି ଗୋଟିଏ ଅପହଁଚ ତଥା “beyond” ର ଅବବୋଧ ଗୋଟିଏ ହାତ ପାଉନଥିବା ଦିଗବଳୟୀ ନିକଟତାର ଅସ୍ଥିତି-ସ୍ଥିତି ତାଙ୍କ ଲେଖାରେ ଏହି ଅପହଞ୍ଚ ସ୍ଥିତିର ସୂଚନା ଜୀବନର ଏହି ଅପହଞ୍ଚପଣକୁ ବୁଝିବାକୁ ଯାଇ ସେ ଜୀବନର ନିର୍ଯ୍ୟାସକୁ ଖୋଜିଛନ୍ତି ଏହି ଯେମିତି ନିଜ ମନ ଭିରରେ ହିଁ ଗୁମ୍ଫିତ ତାହାରି ସଂଧାନ ତ ଜୀବନକୁ ନେଇ ଘନିଷ୍ଠ ଭାବରେ ବଞ୍ଚିବା “ପ୍ରଭଞ୍ଜନ” ର ନାୟକ, ପୁଣି “ ଆମୃତ ଫଳ” ର ନାୟକ ଏହାକୁ ନିଜ ନିଜ ଭିତରେ ଏବଂ ବାହ୍ୟ ବାସ୍ତବତାର ଉର୍ଦ୍ଧରେ ପାଇଛନ୍ତି ଏହି ଅବବୋଧରେ ବଞ୍ଚିବାର ଜଟିଳତା ସହ ଏକ ଜଟିଳ ଦୃଷ୍ଟିଭଙ୍ଗି ନିହିତ ଯେଉଁଠି ବ୍ୟଙ୍ଗ, ଗାମ୍ଭୀର୍ଯ୍ୟ, ବୌଦ୍ଧିକତା, ହାସ୍ୟରସ, ବକ୍ରୋକ୍ତି ସବୁ ଏକାକାର ଏକାକାର ପୁଣି ବାହ୍ୟତା, ଅନ୍ତରୀଣତା, ବାସ୍ତବତା ପୁଣି ରହସ୍ୟମୟତା ତାଙ୍କ ଜୀବନ ପରି ତାଙ୍କ ସାହିତ୍ୟ ଯେମିତି ଏକ ଅନ୍ତରଙ୍ଗ ଅପହଞ୍ଚର ଅନ୍ବେଷା ଏ ଅନ୍ବେଷାରେ ଅଛି ପ୍ରେରଣା ଜୀବନକୁ ବୁଝିବାର ପ୍ରଚେଷ୍ଟା ଏହି ପ୍ରଚେଷ୍ଟାର ଫଳ ସ୍ବରୂପ ତାଙ୍କ ପାଖରେ ସମ୍ଭବ ହୋଇଛି ଜଟିଳ ଜୀବନର ବିଭିନ୍ନତାର ବିରୋଧାଭାଷୀ ବର୍ଣ୍ଣାଳୀ, ଯେଉଁଠି “ସମୁଦ୍ରର କ୍ଷୁଧା” ସହ ପାଖାପାଖି “ବାବା ଚକ୍ରଧାରୀ ବୃତ୍ତାନ୍ତ”
ତେଣୁ ମନୋଜ ଦାସଙ୍କ ଲେଖାରେ ସୀମାବଦ୍ଧତା ନାହିଁ ଏହା ତାଙ୍କ ଲେଖାରେ ଭରି ଦେଇଛି ସତେଜତା ଏହି ସତେଜତା ଆସିଛି ବିଷୟବସ୍ତୁର ଭିନ୍ନତା ପୁଣି ବର୍ଣ୍ଣନା ଶୈଳୀର ନିଜସ୍ବତାରୁ ତାଙ୍କ ପାଖରେ ତତ୍ତ୍ବ ବଡ ନୁହେଁ; ବଡ ହୃଦୟ;ଯୁକ୍ତି ନୁହେଁ କଳ୍ପନା ଫଳରେ ଆମେ ଯେତେବେଳେ ତାଙ୍କ ଲେଖା ପଢୁ ତାଙ୍କ ଗଢା ଜଗତ ଭିତରକୁ ପଇ ଯାଉଁ ତାଙ୍କ ଜଗରକୁ ପଶିବା ଆଗରୁ ଛାଡିଜାଉଁ ଆମ ଯୁକ୍ତି, ତର୍କ, ତତ୍ତ୍ବ ଏବଂ ବାସ୍ତବତାବୋଧ ତାଙ୍କ ଜଗତ ସବୁ ସମ୍ଭବର ଜଗତ ସେଠି ସ୍ବପ୍ନ, ସତ୍ୟ ସବୁ ଏକାକାର ଏହା ଯେମିତି ବ୍ୟକ୍ତିର ଏକ କାଳ୍ପନିକ ନନ୍ଦନକାନନ ଏଠାରେ ଗୋଟିଏ ମାତ୍ର ସତ୍ୟ ଯେ କୌଣସି ବ୍ୟକ୍ତି ସତ୍ୟକୁ ଠିକ୍ ଭାବରେ ପାଇନାହିଁ ମାତ୍ର ତାକୁ ପାଇବାର, ବୁଝିବାର ସମ୍ଭାବନା ସମସ୍ତଙ୍କ ପାଖରେ ରହିଛିମନୋଜ ବାବୁଙ୍କ ଲେଖାରେ ଏହି ସମ୍ଭାବନାର ଝଲକ ଏଠାରେ ନିର୍ଦ୍ଦିଷ୍ଟତା ନାହିଁ;ଯୁକ୍ତିସିଦ୍ଧ ସତ୍ୟ ନାହିଁ; ମାତ୍ର ସତ୍ୟ ଅଛି ଏହି ସତ୍ୟ ମିଳିଥାଏ ନିଜସ୍ବ ଭାବରେ, ଯେମିତି ଧୂମ୍ରାଭ ଦିଗନ୍ତର ଶେଷରେ ଚରିତ୍ରମାନେ ଅନୁଭବ କରିଛନ୍ତି ଫଳରେ ତାଙ୍କ ଲେଖା ସଙ୍ଗିତର ପଲିଫୋନି ପରି ବହୁ ସ୍ବରର ସମାନ୍ତରାଳ ସ୍ଥିତି ତାଙ୍କ ଲେଖା ତେଣୁ ସଙ୍ଗୀତଧର୍ମୀ ଯାହା ସବୁବେଳେ ଗୋଟିଏ “beyond”ର ଆଶାୟୀସଙ୍ଗୀର ପାଖର ନୀରବତା ହେଉଛି ସେହି ଅପହଞ୍ଚ “beyond” ମନୋଜଙ୍କ ଲେଖାରେ ଜୀବନର ଯୁକ୍ତିକ୍ରାନ୍ତ ଅପ୍ରତ୍ୟାଶିତତା
ତେଣୁ ମୋ ପାଖରେ ମନୋଜ ବାବୁ ଚଚ୍ଚା ଶିଳ୍ପୀଟିଏ କାରଣ ତାଙ୍କ ପାଖରେ ମୁଁ ଦେଖିଛି ଜୀବନ ପ୍ରତି ଏକ ସନ୍ନ୍ୟାସ ଆସକ୍ତି ଏହି ଦୃଷ୍ଟିଭଙ୍ଗି ନେଇ ସେ ଜୀବନ ତଥା ମଣିଷକୁ ଦେଖିଛନ୍ତି ବୁଝିବାକୁ ଚେଷ୍ଟା କରିଛନ୍ତି ସତ୍ୟର ନିର୍ଯାସକୁ ଖୋଜିଛନ୍ତି ଏହି ନିର୍ଯାସର ଅନ୍ବେଷା ହିଁ ତାଙ୍କ ଲେଖାର ପ୍ରାଣ ତେଣୁ ତାଙ୍କ ଲେଖାରେ ତଥାକଥିତ ବାସ୍ତବତାର ସୀମିତତାର ଛବି ଦେଖିବାକୁ ମିଳେନାହିଁ, ଯଦିଚ ବାସ୍ତବତାକୁ ସେ ଉପେକ୍ଷା କରି ନାହାନ୍ତି ସବୁଠାରୁ ବଡଗୁଣ ହେଲା ତାଙ୍କ ଲେଖାରେ ସାଧାରଣତାର ଅନୁପସ୍ଥିତି ସବୁ ବର୍ଣ୍ଣନା ଅନନ୍ୟ ତାର ନିଜସ୍ବପଣରେ ଏହି ନିଜସ୍ବପଣ ହିଁ ମନୋଜପଣ ସେ ଯେତିକି ଫକୀରମୋହନୀୟ ସେତିକି କ୍ରାନ୍ତ-ଫକୀରମୋହନୀୟ ଅଙ୍ଗେନିଭା ବାସ୍ତବତା, ଧୁମ୍ରାଭ ଅପହଞ୍ଚପଣ
ସୌଜନ୍ୟ: “ମନୋଜାୟନ”