Shri Sadananda Das
ତୁଳସୀ ଦୁଇ ପତ୍ରରୁ…
ସନ ୧୯୫୦ ମସିହାର ଏକ ବେଳଗଡ଼ା ଅପରାହ୍ନ ଦୁଇଜଣ କିଶୋର ସଦାନନ୍ଦ ଦାସଙ୍କ ଖୋଜରେ ଆସିଛନ୍ତି ବୋଲି ମୋତେ ଖବର ମିଳିଲା ସେତେବେଳେ ମୋର କେତୋଟି ଗଳ୍ପ ‘ଡ଼ଗର’, ‘ସହକାର’ ଏବଂ ବମ୍ବେ ମହାନଗରରୁ ପ୍ରକାଶ ପାଉଥିବା ହାତଲେଖା ପତ୍ରିକା ‘କୁଙ୍କୁମ’ରେ ପ୍ରକାଶ ପାଇ ସାରିଥାଏ ହାଫ୍ ପ୍ୟାଣ୍ଟ୍, ହାଫ୍ ସାର୍ଟ୍ ପରିହିତ ବାଳକ ଦୁହିଁଙ୍କୁ ଦୋ’ମହଲାରୁ ଦେଖି ମୋର ମନେହେଲା ସେମାନେ ଅଜଣା-ଅଚିହ୍ନା ତଳକୁ ଓହ୍ଲାଇ ଆସିଲା ମାତ୍ରେ ଜଣେ ନମସ୍କାର କରି କହିଲେ – ‘ସହକାର’ ସାହିତ୍ୟ ପତ୍ରିକାର ସଂପାଦକ ବାଳକୃଷ୍ଣ କର ମହାଶୟଙ୍କ ସହିତ ଆପଣ ପରିଚିତ ବୋଲି ଆମେ ଶୁଣିଲୁଁ
ମୋ ଦୃଷ୍ଟିରେ ଯଥେଷ୍ଟ କୁତୂହଳ
ନିୟମିତ ଗଳ୍ପ-କବିତା ରଚନା ବ୍ୟତିରେକ ‘ସମ୍ମୋହନ ଶାସ୍ତ୍ର’ ଉପରେ କେତେ ଗୁଡ଼ିଏ ନିବନ୍ଧ ଲେଖିଛନ୍ତି ବୋଲି ସେହି କିଶୋର ଦୁଇଜଣଙ୍କ ମଧ୍ୟରୁ ଜଣେ କହିଲେ ମୋ ଜରିଆରେ ଉକ୍ତ ଲେଖା ‘ସହକାର’କୁ ପଠାଇବା ସକାଶେ ସେ ଆଗ୍ରହୀ ବୋଲି କହିଲେ ମୋ ହାବଭାବରୁ ସେ କ’ଣ ବୁଝିଲେ କେଜାଣି, କହିଲେ, ସେମାନେ ବାଲେଶ୍ବର ଜିଲ୍ଲା ସ୍କୁଲର ଛାତ୍ର କହିବା ଅନାବଶ୍ୟକ ଏମାନଙ୍କ ମଧ୍ୟରୁ ଜଣେଥିଲେ ଆଜିର ଯଶସ୍ବୀ ସାହିତ୍ୟସ୍ରଷ୍ଟା ମନୋଜ ଦାସ କଥା ଶୁଣି କହିଲି, ‘ସହକାର’ର ସଂପାଦକ ବାଳକୃଷ୍ଣ ବାବୁ ହେଲେହେଁ ସହ-ସଂପାଦକ ଭଗବାନ ପତି ମହାଶୟ ଲେଖା ଚୟନ କରନ୍ତି ତା’ଛଡା ଯୋଡିଏ ତିନୋଟି ଲେଖା ପ୍ରକାଶ ପାଇଲେ ଯେ ସଂପାଦକ ମହାଶୟଙ୍କ ସହିତ ସଂପର୍କ ଘନିଷ୍ଟ ହୁଏ ଏପରି କଳ୍ପନା ଅମୂଳକ
ସେ ସମୟରେ ମୋର ଅନ୍ତରଙ୍ଗ ଦୋସ୍ତ ଥିଲେ ବାଲେଶ୍ବର କଲେଜର (ପରେ ଫକୀରମୋହନ କଲେଜ ନାମରେ ନାମିତ) ଛାତ୍ର ଶ୍ୟାମ ସୁନ୍ଦର ମହାପାତ୍ର ସେ ଥିଲେ ଜଣେ ଅପ୍ରତିଦ୍ବନ୍ଦୀ ଛାତ୍ର ନେତା
ସନ ୧୯୪୬ରେ ବାଲେଶ୍ବର ସହରସ୍ଥ ବାରବାଟୀ ମୌଜାରେ ଗୋଟିଏ ଭଡ଼ାଘରେ ଚାଲୁଥାଏ ଏକ ପାଠଚକ୍ର ଶ୍ୟାମବାବୁ ଦିନେ ପ୍ରସ୍ତାବ ଦେଲେ, ପାଠଚକ୍ର ତରଫରୁ ସାହିତ୍ୟ ପତ୍ରିକାଟିଏ ପ୍ରକାଶ ନିମନ୍ତେ ସାହିତ୍ୟାନୁରାଗୀ ସଦସ୍ୟବୃନ୍ଦ ମହାପାତ୍ରଙ୍କ ପ୍ରସ୍ତାବ ପ୍ରତି ସହମତି ପ୍ରକଟ କରିଥିଲେ ସମସ୍ତଙ୍କର ଇଚ୍ଛାନୁସାରେ ପତ୍ରିକାଟିର ନାମକରଣ ହୋଇଥିଲା ‘ଦିଗନ୍ତ’ କଥା ପଡ଼ିଲା, ‘ଦିଗନ୍ତ’ର ସଂପାଦନା ଦାୟିତ୍ବ କିଏ ତୁଲାଇବ ! ଇତିହାସର ଛାତ୍ର ହିସାବରେ ସେ ସମୟରେ ଶ୍ୟାମସୁନ୍ଦରଙ୍କ ସହିତ ଆତ୍ମୀୟତା ବୃଦ୍ଧି ପାଇଥିଲା ବାଲେଶ୍ବର କଲେଜର ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ମନ୍ମଥ ନାଥ ଦାସଙ୍କର ଅଧ୍ୟାପକ ଶ୍ରୀ
ଦାସଙ୍କର କନିଷ୍ଠ ଭ୍ରାତା ଥିଲେ ମନୋଜ ଦାସ ସୃଜନଶୀଳ ସାହିତ୍ୟ ପ୍ରତି ମନୋଜଙ୍କର ପ୍ରଗାଢ ଅନୁରକ୍ତି ବାରି ଶ୍ୟାମସୁନ୍ଦର ପ୍ରସ୍ତାବ ଦେଲେ ‘ଦିଗନ୍ତ’ର ମୁଖ୍ୟ ସଂପାଦକ ମନୋଜ ହିଁ ରହିବେ ପାଠଚକ୍ରର ସଭ୍ୟମାନେ ସେଥିପ୍ରତି ତୁରନ୍ତ ଆଗ୍ରହ ପ୍ରକାଶ ନ କରି ଦ୍ବିଧା ପ୍ରକଟ କଲେ ମାତ୍ର ଶ୍ୟାମସୁନ୍ଦରଙ୍କର ବଳିଷ୍ଠ ସୁପାରିଶକୁ ଅବଜ୍ଞା ନ କରି ମନୋଜଙ୍କୁ ଶେଷରେ ‘ଦିଗନ୍ତ’ର ସଂପାଦକ କରିବା ପାଇଁ ନିଷ୍ପତ୍ତି ହେଲା ଅବଶ୍ୟ ପତ୍ରିକାଟିର ବିଭିନ୍ନ ଦାୟିତ୍ବରେ ରହିଲେ ଜଣେ ଜଣେ ସହ ସଂପାଦକ ‘ଦିଗନ୍ତ’ର ଲେଖାମାନ ଉଚ୍ଚମାନର ହେବା ହେତୁ ବିଦଗ୍ଧ ଓଡ଼ିଆ ସାହିତ୍ୟ ପାଠକଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ସହରର ଓଡ଼ିଆ ଭାଷା ଅନୁରାଗୀ ଭଦ୍ରବ୍ୟକ୍ତି ମାନଙ୍କଠାରୁ ଚାନ୍ଦା ସଂଗ୍ରହ ଏବଂ ପାଠଚକ୍ରର ସଭ୍ୟମାନଙ୍କର ଆର୍ଥିକ ଅନୁଦାନ ଲାଭ ପୂର୍ବକ ‘ଦିଗନ୍ତ’ ପ୍ରକାଶ ପାଉଥିଲା ଅତି କଷ୍ଟେ ମଷ୍ଟେ ‘ଦିଗନ୍ତ’ର ପ୍ରସାର ସୀମିତ ଥିଲେ ମଧ୍ୟ ପ୍ରତି ସଂଖ୍ୟା ବିଦଗ୍ଧ ପାଠକଙ୍କ ହୃଦୟଗ୍ରାହୀ ହୋଇ ପାରିଥିଲା ମୁଖ୍ୟ ସଂପାଦକ ମନୋଜ ଦାସ ଅନ୍ୟମାନଙ୍କ ଅନୁଜ ସ୍ଥାନୀୟ ଥିଲେ ହେଁ ଲେଖା ନିର୍ବାଚନ କମିଟିରେ ଥାଇ ତାଙ୍କର ସ୍ବକୀୟ ପ୍ରଜ୍ଞା ଯେ ପ୍ରକାଶ କରୁନଥିଲେ ତାହା ନୁହେଁ ! ଏ ପ୍ରସଙ୍ଗରେ ମନୋଜଙ୍କର ପଦେ କଥା ମୋ ପକ୍ଷେ ଆଜିବି ଅବିସ୍ମରଣୀୟ କର୍ମଜୀବୀମାନଙ୍କର ଶ୍ରେଣୀ ସଂଘର୍ଷ ଉପରେ ଆଧାରିତ ମୋର ‘ହିମ୍ମତ’ ନାମରେ ଏକ ଗଳ୍ପ ‘ଦିଗନ୍ତ’ରେ ପ୍ରକାଶିତ ହେବା ଅବକାଶରେ ସେ କହିଥିଲେ ଗଳ୍ପଟି ଏହି ସହରର ସ୍ଥାନ, କାଳ, ପାତ୍ରକୁ ନେଇ ରଚିତ ହେବା ହେତୁ ହୋଇଛି ବାସ୍ତବ ଏବଂ ମନଛୁଆଁ ମନୋଜ ବାବୁ ଜଣେ କୃତବିଦ୍ୟ ତାଙ୍କର ସୃଜନଶୀଳ ପ୍ରତିଭା ଉଚ୍ଚକୋଟୀର ଶ୍ରୀ ଦାସଙ୍କର ସାହିତ୍ୟାକୃତିକୁ ନେଇ ଆଲୋଚନା ପାଇଁ ମୁଁ ସିଦ୍ଧହସ୍ତ ନୁହେଁ ତେବେ ମନୋଜଙ୍କର କିଶୋର ବୟସର ଅପାସୋରା ସ୍ମୃତି-ମନ୍ଥନ ନିମନ୍ତେ ଏ ଲେଖାର ଅବତାରଣା
ମଲିକାଶପୁରସ୍ଥ ଫକୀରମୋହନ ସେନାପତିଙ୍କ ବାସଭବନରେ ମନୋଜ ବାବୁ ତାଙ୍କର ଭ୍ରାତା ଅଧ୍ୟାପକ ଶ୍ରୀଯୁକ୍ତ ମନ୍ମଥ ନାଥ ଦାସଙ୍କ ସହ ବସବାସ ପାଇଁ ସୁଯୋଗ ପାଇଥିଲେ ବ୍ୟାସକବିଙ୍କ ନିର୍ମିତ ଶାନ୍ତିକାନନ ତାଙ୍କ ବାସଭବନର ଖୁବ୍ ପାଖାପାଖି ସେତେବେଳେ ଶାନ୍ତିକାନନର ପରିବେଶ ଥିଲା ଅତୀବ ଶୂନ୍ଶାନ୍, ନିରୋଳା ନିର୍ଜନତାର କାଉଁରୀ ସ୍ପର୍ଶ ମନୋଜ ବାବୁଙ୍କୁ ଆକର୍ଷଣ କରନ୍ତେ କଥା ସମ୍ରାଟ ଯେଉଁ ସ୍ଥାନରେ ଶାନ୍ତିରେ ବସି ନିଜର ସାରସ୍ବତ ସମ୍ଭାର ସୃଷ୍ଟି କରିଥିଲେ, ସେଇ ସ୍ଥାନରେ ବସି ଶ୍ରୀ ଦାସ ଲେଖାପଢା ପାଇଁ ମନ ସ୍ଥିର କଲେ ସେ ସିନା ସେତେବେଳେ ଶାନ୍ତିକାନନର ନିରୋଳା ପରିବେଶ ହାତଛଡା କରି ନଥିଲେ, ମାତ୍ର କାଳକ୍ରମେ ତାହା ତାଙ୍କର ବିଧି ନିର୍ଦ୍ଧିଷ୍ଟ ଥିଲା ବୋଲି ଉପଲବ୍ଧି ହୋଇଥିଲା ସେ ମୌନୀ ହୋଇ ଏକାନ୍ତରେ ଲେଖାଲେଖି କରୁଥିଲେ ସତ ସେବେଳେ ନିଜର ଐକାନ୍ତିକ ନିଷ୍ଠା ଏବଂ ନିରବଚ୍ଛିନ୍ନ ସାଧାନାର ସିଦ୍ଧି ପାଇଁ ଫକୀରମୋହନଙ୍କ ଅଶରିରୀ ଅମର ଆତ୍ମାର ସତ୍ତା ବାରି ପାରି କବିଙ୍କର ଆଶୀର୍ବାଦ ଲଭିବା ପାଇଁ ସେ ବ୍ୟାକୁଳ ଥାଇ ସକ୍ଷମ ହୋଇଥିଲେ
ଏ ପ୍ରସଙ୍ଗରେ ଗୋଟିଏ କଥା ଉଲ୍ଲେଖଯୋଗ୍ୟ ଯେ କୌଣସି ପରିସ୍ଥିତିରେ ନିଷ୍ଠାର ସହ ଏକାଗ୍ରତା ବ୍ୟକ୍ତି ଜୀବନକୁ ନିୟନ୍ତ୍ରଣ କରିବା ନିଶ୍ଚିତ ଶ୍ରୀ ଦାସ ଓଡ଼ିଶାରେ ଥିଲେ ସାରସ୍ବତ କ୍ଷେତ୍ରରେ ସଂପୂର୍ଣ୍ଣ ସଫଳତା ହାସଲ କରି ପାରିଥାଆନ୍ତେ କି ନାହିଁ କେତେକଙ୍କର ମନରେ ଏହି ପ୍ରଶ୍ନ ଉଠେ ଏବେ ସେ ବିଷୟରେ ତର୍ଜମା ଅନାବଶ୍ୟକ ଶ୍ରୀ ଦାସ ଯେଉଁଠାରେ ଥାଇ କଳା ସାଧନାରେ କୃତିତ୍ବ ଅର୍ଜ୍ଜନ କରିଛନ୍ତି ସେ ସ୍ଥାନର ବିଭୂତି ତାଙ୍କୁ ସହାୟତା ପ୍ରଦାନ କରିବା ସହିତ ଆଶୀର୍ବାଦ ଭଳି କାମ କରିଛି ମନୋଜ ବାବୁ କିଶୋର ବୟସରେ ତାଙ୍କର ରଚନା ‘ସହକାର’ରେ ପ୍ରକାଶ ନିମନ୍ତେ ମୋର ସାହାଯ୍ୟ ଲୋଡୁଥିବା ବେଳେ ‘ସମ୍ମୋହନ ବିଦ୍ୟା’କୁ ନେଉ ସମୟ ଅପଚୟ ନ କରି ସୃଜନଶୀଳ ଲେଖା ଉପରେ ମନୋନିବେଶ କରିବାପାଇଁ ବୟୋଜ୍ୟୋଷ୍ଠ ହିସାବରେ ମୁଁ ତାଙ୍କୁ ଉପଦେଶ ଦେଇଥିଲି ବୋଲି ମୋର ମନେ ଅଛି ତେବେ ତାଙ୍କର ଅନ୍ତର୍ନିହିତ ପ୍ରତିଭାର କଳନା ମୁଁ ସେବେ କରି ନ ପାରି ସେପରି ପରାମର୍ଶ ଦେଇଥିଲି ବୋଲି ଏବେ ଭାବୁଛି ସେଦିନର କିଶୋର ମନୋଜ ଦାସ ଆଜି ଜଣେ ମହାନ୍ ବ୍ୟକ୍ତି ତାଙ୍କର ବହୁ ସାରସ୍ବତ ସୃଷ୍ଟି କାଳଜୟୀ ଶ୍ରୀ ଦାସଙ୍କର ଶକ୍ତିଶାଳୀ ଲେଖନୀ ବହୁ ବର୍ଷ ସକ୍ରିୟ ଥାଇ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରୁଥାଉ ଏହା ଶ୍ରୀ ଜଗନ୍ନାଥଙ୍କଠାରେ ମୋର ସବିନୟ ପ୍ରାର୍ଥନା ଶ୍ରୀ ଦାସଙ୍କର ନିରାମୟ ଦୀର୍ଘ ଜୀବନ ମୋର ଏକାନ୍ତ କାମ୍ୟ