Shri Jadunath Das Mohapatra
ପ୍ରଜ୍ଞା-ପୁରୁଷ ଶ୍ରୀ ମନୋଜ ଦାସ
ଯଦୁନାଥ ଦାଶମହାପାତ୍ର
କବି, ଗାଳ୍ପିକ, ସାହିତ୍ୟିକ ଶ୍ରୀ ମନୋଜ ଦାସ ଜଣେ ପ୍ରଜ୍ଞା ପୁରୁଷ କେବଳ ଓଡ଼ିଆ ସାହିତ୍ୟ ନୁହେଁ ଇଂରାଜୀ ଭାଷାରେ ମଧ୍ୟ ସୃଷ୍ଟିପାଇଁ ତାଙ୍କ ଲେଖନୀ ସଦା ତତ୍ପର
ଶ୍ରୀ ମନୋଜ ଦାସଙ୍କ ପରିବାରର ସମସ୍ତ ବ୍ୟକ୍ତି ମୋର ବେଶ୍ ଜଣାଶୁଣା ଜୀବନର ଆଦ୍ୟାବସ୍ଥାରେ ମୁଁ ଯେତେବେଳେ ବାଲେଶ୍ବର କଲେଜ (ବର୍ତ୍ତମାନର ଫକୀରମୋହନ କଲେଜ)ରେ ଛାତ୍ର ଥିଲି ସେତେବେଳେ ସେ ମଧ୍ୟ ଏହି କଲେଜରେ ହେଉଥିବା ବାଲେଶ୍ବର ଜିଲ୍ଲାସ୍କୁଲରେ ତଳ କ୍ଲାସରେ ଅଧ୍ୟୟନ କରୁଥିଲେ ସେତେବେଳେ କଲେଜର ଛାତ୍ରସଂଖ୍ୟା ସୀମିତ ଥିଲା ମୁଁ ସେତେବେଳେକୁ ଲେଖାଲେଖି ଆରମ୍ଭ କରି ଦେଇଥିଲି ମୋର କେତୋଟି କବିତା ‘ଡଗର’ ପତ୍ରିକାର ‘ନାଗବଚ୍ଚା’ ବିଭାଗରେ ପ୍ରକାଶ ପାଇଥିଲା ମନୋଜ ବାବୁଙ୍କର ସେତେବେଳୁ ସାହିତ୍ୟ ପ୍ରତି ପ୍ରବଳ ଅନୁରାଗ ବହୁ ଘଟଣାରୁ ସୁସ୍ପଷ୍ଟ ହୋଇ ଉଠୁଥିଲା ସେ ଜଣେ ସୁବକ୍ତା ଥିଲେ କଲେଜରେ ଅଧ୍ୟୟନ କାଳରେ ସେ ଥିଲେ ପ୍ରାୟ ସମସ୍ତଙ୍କର ପରିଚିତ
ମୁଁ ଏହି କଲେଜରୁ ଆଇ.ଏ. ପାଶ୍ କରି ବି.ଏ. ପଢ଼ିବା ପାଇଁ ରେଭେନ୍ସା କଲେଜକୁ ଚାଲିଗଲି ସେଠାରୁ ସମ୍ମାନର ସହ ବି.ଏ. ପାଶ୍ କରି ଉଚ୍ଚତର ଓ ଆଇନ୍ ଶିକ୍ଷା କରିବାପାଇଁ କଲିକତା ବିଶ୍ବବିଦ୍ୟାଳୟକୁ ଗଲି ପରବର୍ତ୍ତୀ ଅବସ୍ଥାରେ ମନୋଜ ବାବୁଙ୍କ ସହିତ ମୋର ଆଉ ବ୍ୟକ୍ତିଗତ ସଂପର୍କ ନଥିଲେ ମଧ୍ୟ ସାହିତ୍ୟର ନିବିଡ଼ ରଜ୍ଜୁରେ ଆମେ ଦୁହେଁ ବାନ୍ଧି ହୋଇଯାଇଥିଲୁ ସେ ପଣ୍ଡିଚେରୀ ଆଶ୍ରମରେ ଥିବାବେଳେ ଆଉ ଜଣେ ସ୍ବନାମଧନ୍ୟ ଓଡ଼ିଆ ସାଧକ ‘ପ୍ରପତ୍ତି’ ମଧ୍ୟ ସେଠାରେ ରହୁଥିଲେ ‘ପ୍ରପତ୍ତି’ଙ୍କ ସହିତ ମୋର ନିବିଡ଼ ପରିଚୟ ଥିଲା ‘ପ୍ରପତ୍ତି’ଙ୍କୁ ଲେଖୁଥିବା ପ୍ରତ୍ୟେକ ପତ୍ରରେ ମୁଁ ଲେଖୁଥିଲି ‘‘ମନୋଜ ବାବୁଙ୍କୁ ମୋର ଶୁଭେଚ୍ଛା ଜଣାଇଦେବେ’’
ମନୋଜ ବାବୁଙ୍କ ସମ୍ପାଦିତ ‘Heritage’ ପତ୍ରିକା ଇଂରାଜୀ ଭାଷାରେ ଥିଲା ଖୁବ୍ ଉଚ୍ଚକୋଟୀର ଏକ ପତ୍ରିକା ସେ ପତ୍ରିକା ପ୍ରାୟ ମୁଁ ପଢୁଥିଲି ଓ ମନୋଜ ବାବୁଙ୍କ ସଂପାଦନା ଦକ୍ଷତାର ଆକଳନ କରୁଥିଲି
ଆଜି ସେ ଓ ମୁଁ ଉଭୟ ପରିଣତ ବୟସରେ ଉପନୀତ ଉଭୟ ପରସ୍ପରଠାରୁ ବହୁଦୂରରେ ଅବସ୍ଥିତ ତାଙ୍କ ଲେଖା ବିଶେଷକରି ଗଳ୍ପ ପଢିବାବେଳେ ମୁଁ ଭାବେ ସେ ଯେମିତି ମୋର ଅତି ନିକଟରେ ତାଙ୍କ ଗଳ୍ପରେ ଏକ ସ୍ବତନ୍ତ୍ରତା ରହିଛି ମଣିଷକୁ ଅତି ନିକଟରୁ ଚିହ୍ନିବାର ବହୁ ଉପାଦାନ ରହିଛି ତାଙ୍କର ଲେଖାଗୁଡିକ ସୁବୋଧ୍ୟ ତଥା ଭାବଗର୍ଭକ ବାଲେଶ୍ବର ଜିଲ୍ଲାରେ ଜନ୍ମଗ୍ରହଣ କରି ଶ୍ରୀ ମନୋଜ ଦାସ କେବଳ ବାଲେଶ୍ବର ବା ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷ ତଥା ଭାରତ ବାହାରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ସେ ଏ ମାଟିର ଅମୂଲ୍ୟ ରତ୍ନ
-୩୯, ଭି.ଆଇ.ପି. କଲୋନୀ, ଭୁବନେଶ୍ବର-୭୫୧୦୧୫
ସୌଜନ୍ୟ: “ ମନୋଜାୟନ”