Shri Bhupen Mohapatra
ନଇ ସେ ପାଖର ଗାଁ, ମନୋଜ ବାବୁଙ୍କ ନାଁ
ଭୂପେନ ମହାପାତ୍ର
ମନୋଜ ବାବୁଙ୍କ ଜନ୍ମ ବାଲେଶ୍ବର ଜିଲ୍ଲାରେ ଏଇ ବାଲେଶ୍ବର ସହରରେ ତାଙ୍କର ପାଠପଢା ଏଇଠି ହିଁ ଆରମ୍ଭ ହୋଇଛି ତାଙ୍କର ସାହିତ୍ୟିକ ଜୀବନ ସୃଜନର ପହିଲି ପୁଲକ ସେ ଏଇଠି ଅନୁଭବ କରିଥିବେ ଏ ସବୁ ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲା ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାରେ ପ୍ରାସଙ୍ଗିକତା ରହିଛି
କିନ୍ତୁ ତା’ଭିତରେ ମୁଁ କିଏ? କୋଉଠି ମୋ ସ୍ଥାନ? ଏ କଥା ଭାବିଲା ବେଳକୁ କେମିତି କେଜାଣି ଝାପ୍ସା ଛାଇ ଆଲୁଅ ଦୃଶ୍ୟପଟଟିଏ ଆଖି ଆଗରେ ଭାସି ଉଠୁଛି ସେତେବେଳେ ଛୋଟ ଥିଲି ଖୁବ୍ ଛୋଟ ବୋଧହୁଏ ଚତୁର୍ଥ କି ପଞ୍ଚମ ଶ୍ରେଣୀର ଛାତ୍ର ଜମାଳପୁର ବିଶ୍ବନାଥ ଏକାଡେମୀ ମାଇନର ସ୍କୁଲଟା ହାଇସ୍କୁଲ ସାଥିରେ ଅଛି ସ୍କୁଲଟା ଠିଆ ହୋଇଛି ଠିକ୍ ସୁବର୍ଣ୍ଣରେଖା କୂଳରେ ସ୍କୁଲ ବାରନ୍ଦାରେ ଠିଆହେଲେ ଦେଖିହୁଏ ରୂପା-ପାତର ନଈଟା ଲମ୍ବିଯାଇଛି କାହିଁ କେତେ ଦୂରକୁ ସେ ସମୟରେ ଉତ୍ତର ବାଲେଶ୍ବରରେ ଏଇଟା ଥିଲା ଦ୍ବିତୀୟ ହାଇସ୍କୁଲ୍ ପ୍ରଥମ ଥିଲା ଲକ୍ଷ୍ମଣନାଥ ହାଇସ୍କୁଲ୍ ଯେତେଦୂର ଜାଣେ ମନୋଜ ବାବୁ ସେଇ ମାଇନର ସ୍କୁଲରେ ହିଁ ପ୍ରଥମେ ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ତାଙ୍କୁ ମୁଁ ପ୍ରଥମେ ଦେଖିଲି ସେଇଠି ଏବେ ବି ମନେଅଛି, ଗୋଟାଏ ଶାନ୍ତ ସୁଧାର ପିଲା ହାଫ୍ପ୍ୟାଣ୍ଟ୍ ଓ ହାଫ୍ସାର୍ଟ୍ ପିନ୍ଧି ସ୍କୁଲ ପଡିଆରେ ବାଟ ଚାଲୁଥାଏ ସେ ସେତେବେଳେ ସପ୍ତମ ଶ୍ରେଣୀରେ ଆମେ ଦେଖିଛୁଁ, ମନୋଜ ନାଁଟା ସେତେବେଳେ ପିଲାଙ୍କ ପାଟିରେ ନଥାଏ- ଥାଏ ବେଶୀ ଶିକ୍ଷକ ମାନଙ୍କ ମୁହଁରେ ମେଧାବୀ ଛାତ୍ର କ୍ଲାସରେ ଫାଷ୍ଟ ହୁଏ
ମନୋଜ ବାବୁ ସେଇ ବର୍ଷହିଁ ସେ ସ୍କୁଲ ଛାଡିଦେଲେ ଆସିଲେ ବାଲେଶ୍ବର ସେ ସିନା ଜମାଳପୁର ଛାଡିଦେଲେ, ଜମାଳପୁଅର ଓଠରୁ କିନ୍ତୁ ମନୋଜ ନାଁଟା ଲିଭିଲା ନାହିଁ ଏବେ ବି ଲିଭି ନାହିଁ କେବେ ବି ଲିଭିବ ନାହିଁ ହେଇତ ସେ ଦିନ ଯାଇଥିଲି ଯେମିତି ପ୍ରତିଥର ଗାଁକୁ ଗଲାବେଳକୁ ସେଇ ସ୍କୁଲ ସାମନା ଦେଇ ଯାଏଁ ବେଳେ ବେଳେ ସ୍କୁଲ ଭିତରକୁ ପଶିଯାଇ ଲାଇବ୍ରେରୀ ବିଷୟରେ କିମ୍ବା ଅନ୍ୟାନ୍ୟ ବିଷୟରେ ଶିକ୍ଷକ ମାନଙ୍କ ସହ କଥା ହୁଏଁ ସେମିତି ସେଦିନ ମଧ୍ୟ ତାଙ୍କରି କଥା ପଡିଲା ମନୋଜ ବାବୁଙ୍କ‘ସରସ୍ବତୀ ସମ୍ମାନ’ ବିଷୟରେ ଆଲୋଚନା ହେଲା ପଚାରିଲି କେତେ ବହି ଅଛି ଲାଇବ୍ରେରୀରେ ?
ଅଛି କିଛି ଅଛି ଆମ ପାଖରେ କିନ୍ତୁ କେତେ ବା ମିଳୁଚି ଆମକୁ ? ଆଉ ଏଠି କିଏ ବୁଝିବ ସେ ବହିକୁ ?
ମୁଁ ସେଥିରେ ସନ୍ତୁଷ୍ଟ ହେଲି ନାହିଁ କହିଲି ଯେତେ ଅଧିକ ରଖି ପାରିବେ ସେତେ ଭଲ ପିଲାମାନେ ଅନ୍ତତଃ ଜାଣିବେ, ଏଇ ଲେଖକ ଦିନ ଏଇଠି ପାଠ ପଢ଼ୁଥିଲେ ସେମାନଙ୍କର ଗୋଟିଏ ଧାରଣା ହେବ ତାଙ୍କ
ବିଷୟରେ, ଯେମିତି ଆମେ ସେତେବେଳେ ମନେ ମନେ ଗୋଟିଏ ସମ୍ଭାବ୍ୟ ଚିତ୍ର ଆଙ୍କୁଥିଲୁ କାହ୍ନୁ ଚରଣ, ଗୋପୀନାଥ, କାଳିନ୍ଦୀଚରଣଙ୍କ ବିଷୟରେ ତାଙ୍କ ବହି ପଢି
ମନୋଜ ବାବୁଙ୍କ ଲେଖକୀୟ ବଳୟ ଭିତରେ ଜମାଳପୁର କୋଉ ସ୍ଥାନ ଅଧିକାର କରିଛି ସେ କଥା ମୁଁ ଜାଣେନା କିନ୍ତୁ ତା’ର ପରିବେଶ, ସୁବର୍ଣ୍ଣରେଖାର ଏ ପାଖରେ ନିତିଦିନ ମଥାଟେକୁଥିବା ସୂର୍ଯ୍ୟ ଓ ନଈ ସେ ପାଖରେ ପ୍ରତି ସଂଧ୍ୟାରେ ଲୁଚି ଯାଉଥିବା ସୂର୍ଯ୍ୟମାନେ ଯେ କିଛିଟା ଉଦ୍ବେଳନ ତାଙ୍କ ଭିତରେ ସୃଷ୍ଟି କରିଥିବେ ଏ ବିଷୟରେ ମୋର ସନ୍ଦେହ ନାହିଁ ପ୍ରକୃତି ଓ ପରିବେଶ ହିଁ ମଣିଷକୁ କବି କରିଦିଏ କବିତ୍ବ ସେଇଠୁ ସୃଷ୍ଟି ହୁଏ
ମନୋଜ ବାବୁଙ୍କୁ ତା’ପରେ ମୁଁ ଆଉ ଦେଖିନାହିଁ ଯେତେବେଳେ ତାଙ୍କୁ ଦେଖିଲି ସେ ଥିଲେ ପଣ୍ଡିଚେରୀ ଆଶ୍ରମରେ ମୁଁ ସେତେବେଳେ ଥାଏଁ ମାନ୍ଦ୍ରାଜରେ ନିଜ ଡିପାର୍ଟମେଣ୍ଟର ଗୋଟିଏ ରିକ୍ରୁଟ୍ମେଣ୍ଟ ଟିମ୍ ସହିତ ମୁଁ ଯାଇଥାଏଁ ପଣ୍ଡିଚେରୀ ସାଧକ ମନୋଜ ବାବୁଙ୍କୁ ଦେଖିଲି ତାଙ୍କ ନିଜ ବାସ ଭବନରେ ସାଧନାରେ ନିମଗ୍ନ ଥିଲେ ସେ ତାଙ୍କ ଲାଇବ୍ରେରୀରେ କେତୋଟି ବିରଳ ମୁହୂର୍ତ୍ତ ମୁଁ ସେଦିନ ତାଙ୍କ ସହିତ ପ୍ରଥମ କରି କଟେଇଥିଲି
ବାସ୍, ତା’ପରେ ମୋର ଆଉ ଅସୁବିଧା ହୋଇନାହିଁ ମୁଁ ଓ ସେଠି ଇଞ୍ଜିନିୟରିଂ ପଢୁଥିବା ଜେନାମଣି ତାଙ୍କୁ ଭେଟିଥିଲୁଁ ହୋଟେଲ୍ ‘ସବେରା’ରେ ଅନୁରୋଧ କଲୁଁ ସେ ବର୍ଷ ଉତ୍କଳ ଦିବସ ପାଳନ ଉତ୍ସବରେ ଯୋଗ ଦେବାକୁ ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ ସେ ବର୍ଷ (୧୯୮୨) ଉତ୍କଳ ଦିବସ ପାଳନ ଅବସରରେ ଆମେ ଆଲୋଚନା କଲୁଁ ‘ଉତ୍କଳ ଆସୋସିଏସନ’ ଗଠନ ପାଇଁ ଉପସ୍ଥିତ ଥିଲେ ଡାକ୍ତର କବି ପ୍ରସାଦ ମିଶ୍ର, ଖ୍ୟାତନାମା ହୃଦ୍ରୋଗ ବିଶେଷଜ୍ଞ; ଅଧ୍ୟାପକ ଡକ୍ଟର ଆର୍.ଏନ୍.ମହାନ୍ତି ଯେ କି ସେତେବେଳେ ମାନ୍ଦ୍ରାଜ ବିଶ୍ବବିଦ୍ୟାଳୟର ନୃତତ୍ବ ବିଭାଗର ଅଧ୍ୟାପକ ଏବଂ ଆଇ.ଆଇ.ଟି ର ଅଧ୍ୟାପକ ସୁରେନ୍ଦ୍ର ନାଥ ମାଝି
ପ୍ରସ୍ତାବ ଗୃହୀତ ହେଲା ଏବଂ କାମ ମଧ୍ୟ ଆରମ୍ଭ ହେଲା ତେଣୁ ମାନ୍ଦ୍ରାଜରେ ‘ଉତ୍କଳ ଆସୋସିଏସନ୍’ର ମୂଳଦୁଆ ଦେବାରେ ମନୋଜ ବାବୁଙ୍କ ପ୍ରଚ୍ଛନ୍ନ ପ୍ରେରଣାକୁ ଅସ୍ବୀକାର କରି ହେବ ନାହିଁ ମୁଁ ଥିଲି ତା’ର ପ୍ରଥମ ସାଧାରଣ ସଂପାଦକ ଓ ଡକ୍ଟର କବି ପ୍ରସାଦ ମିଶ୍ର ଥିଲେ ପ୍ରଥମ ସଭାପତି ସେ ଅନୁଷ୍ଠାନ ଆଜି ବିରାଟ ଆକାର ଧାରଣ କଲାଣି ସମୁଦ୍ର କୂଳରେ ଏକ ଏକର ପରିମିତ ଜାଗାରେ ବିରାଟ ଜଗନ୍ନାଥ ମନ୍ଦିର ନିର୍ମାଣ ସରିଲାଣି ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି ମୁଁ ମାନ୍ଦ୍ରାଜରୁ ବଦଳି ହୋଇ ଆସିଥିଲେ ମଧ୍ୟ ଉତ୍କଳ ଏସୋସିଏସନ୍ ସଂପର୍କ ଅତୁଟ ରହିଛି ମନୋଜ ବାବୁ ମଧ୍ୟ ତା’ ସହିତ ଅଛନ୍ତି
ମୁଁ ମନୋଜ ବାବୁଙ୍କ ସାହିତ୍ୟ ଉପରକୁ ଯିବିନାହିଁ ଖୁବ୍ ବେଶି ତାଙ୍କୁ ମନ ଦେଇ ପଢିଛି ବୋଲି କହି ପାରିବି ନାହିଁ ତାଙ୍କ ଦର୍ଶନକୁ କେତେ ବୁଝିଛି ଜାଣେନା ତେବେ ଗୋଟିଏ କଥା ଲକ୍ଷ୍ୟ କରିଛି- ଛାତ୍ରାବସ୍ଥାରେ ମନୋଜବାବୁ ବା ଛାତ୍ରନେତା ମନୋଜ ବାବୁ ଓ ସାଧକ ମନୋଜ ବାବୁ ଭିତରେ ଅନେକ ପାର୍ଥକ୍ୟ ରହି ଯାଉଚି ଏ ପାର୍ଥକ୍ୟକୁ ମନୋଜ ବାବୁ ସ୍ବୀକାର କରନ୍ତି ସାମ୍ୟବାଦରୁ ଆଧ୍ୟାତ୍ମବାଦକୁ ଯାଇଥିବା ମନୋଜ ବାବୁ ଏ ସଂପର୍କରେ କହନ୍ତି, ‘‘ମଣିଷ ମଣିଷ ଭିତରେ ଏକତ୍ବର ଦର୍ଶନ ମୋତେ ବାମପନ୍ଥୀ ରାଜନୈତିକ ଦର୍ଶନ ପ୍ରତି ଆକୃଷ୍ଟ କରିଥିଲା ପରେ ଉପଲବ୍ଧି କରିଥିଲି ଯେ ଏକତ୍ବର ରୂପାୟନ ଚେତନା ରାଜ୍ୟରେ ଓଲଟ ପାଲଟ ବିନା ସମ୍ଭବପର ନୁହେଁ ସ୍ଥୁଳ ଜୀବନ ଯାତ୍ରାରେ ରାଜନୀତିର ଭୂମିକା ଅଛି ଆଦର୍ଶବାଦର ଭୂମିକା ଅଛି ଆଧ୍ୟାତ୍ମିକତା – ବିଶେଷତଃ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ସେ ସବୁର ବିରୋଧ କରେନାହିଁ ବା ସେ ସବୁର ବିକଳ୍ପ ନୁହେଁ … ଆଧ୍ୟାତ୍ମିକତାକୁ କୌଣସି ଧର୍ମଗୋଷ୍ଠୀ, ଜାତି ଇତ୍ୟାଦି ସହ ସଂଶ୍ଳିଷ୍ଟ କଲେ ଚଳିବ ନାହିଁ ଆଧ୍ୟାତ୍ମିକତା ଚେତନାଗତ ବିଜ୍ଞାନ ମଣିଷର ସୃଷ୍ଟି ବିବର୍ତ୍ତନର ଆଭିମୁଖ୍ୟ, ମଣିଷ ଜାତିର ଅନିବାର୍ଯ୍ୟ ଭବିଷ୍ୟତ ସମ୍ପର୍କରେ ଶ୍ରୀ ଅରବିନ୍ଦ ଯେଉଁ ଦିଗ୍ ଦର୍ଶନ ଦେଇଛନ୍ତି ତାହା ମୋତେ ବିଜ୍ଞାନ ସମ୍ମତ ଓ ପୂର୍ଣ୍ଣାଙ୍ଗ ମନେହେଲା’’
ଆଧ୍ୟାତ୍ମବାଦର ଆଉ ଏକ ବିଶାଳ ପୃଥିବୀକୁ ପଶିଗଲା ପରେ ମନୋଜ ବାବୁଙ୍କୁ ଗୋଟିଏ ଜିଲ୍ଲା ବା ପ୍ରଦେଶର ଭୌଗୋଳିକ ସୀମାରେଖା ଭିତରେ ଆବଦ୍ଧ କରି ରଖି ହେବନାହିଁ ସାମାଜିକ ପ୍ରତିବଦ୍ଧତାରେ ବିଶ୍ବାସ ରଖୁଥିବା ମନୋଜ ବାବୁ ସମାଜ ଓ ଧର୍ମକୁ କେବେ ଅଲଗା କରି ଦେଖିନାହାନ୍ତି ସତ୍ ସାହିତ୍ୟର ମଣିଷକୁ ବଦଳାଇ ପାରିବାର ଅଦ୍ଭୁତ ଶକ୍ତି ରହିଛି – ଏକଥା ସେ ବିଶ୍ବାସ କରନ୍ତି ତାଙ୍କର ସମଗ୍ର ସାହିତ୍ୟ ଏଇ ଦୃଷ୍ଟିରୁ ସମଗ୍ର ମଣିଷ ଜାତିପାଇଁ ନିବେଦିତ ଏହାକୁ ଗୋଟିଏ ପ୍ରଦେଶ, ଭାଷା ବା ଦେଶ ଭିତରେ ସୀମାବଦ୍ଧ କରାଯାଇ ପାରେନା ସେ ସମଗ୍ର ମଣିଷର, ସମଗ୍ର ପୃଥିବୀର
ମନୋଜ ବାବୁଙ୍କ ଜନ୍ମ ଦ୍ବିତୀୟ ବିଶ୍ବଯୁଦ୍ଧ ପ୍ରାକ୍ କାଳରେ ଯୁଦ୍ଧର ଭୟାବହତା ସେ ହୁଏତ କିଛି କିଛି ଅନୁଭବ କରିଥିବେ ହିରୋସୀମା ଓ ହିଟଲର ଏମାନେ ଲେଖକ ମନୋଜ ବାବୁଙ୍କ ଦୃଶ୍ୟପଟରୁ ଅପସରି ଯାଇ ପାରି ନ ଥିବେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ମଧ୍ୟ ଦେଶ ଓ ଦେଶ ବାହାରେ ବହୁ ଯୁଦ୍ଧ ଅନୁଷ୍ଠିତ ହୋଇ ଯାଇଛି ଅଣୁ ଯୁଦ୍ଧ ସମଗ୍ର ମଣିଷ ସମାଜ ଆଗରେ ଏକ ଭୟଙ୍କର ଶତ୍ରୁ ହୋଇ ଠିଆ ହେଇଛି ଜଣେ ମାନବବାଦୀ ଲେଖକ ଏ ସବୁକୁ ନିରବ ହେଇ ଦେଖି ପାରେନାହିଁ
ମନୋଜ ବାବୁ ମଧ୍ୟ ତାଙ୍କ ଜୀବନକାଳ ଭିତରେ ଦେଶ ବିଭାଜନକୁ ଦେଖିଚନ୍ତି ଖାଲି ନିଜ ଦେଶ ନୁହେଁ, ସାମ୍ରାଜ୍ୟବାଦୀ ଚକ୍ରବ୍ୟୂହ ଭିତରେ ପୃଥିବୀର ବହୁ ଦେଶ ବିଭାଜିତ ହେଇଚନ୍ତି ଏବଂ କେତେକ କ୍ଷେତ୍ରରେ ସେମାନେ ପୁଣିଥରେ ମିଳିତ ହୋଇଚନ୍ତି ମଧ୍ୟ ‘ସମଗ୍ର ମଣିଷ ସମାଜ ଗୋଟିଏ’ ଏ କଥାରେ ସେମାନେ
ବିଶ୍ବାସ କରନ୍ତି କିନ୍ତୁ ବିଭାଜନ ମଣିଷକୁ ମଣିଷଠାରୁ ଅଲଗା କରିଦିଏ ମାଆକୁ ପୁଅଠାରୁ, ସ୍ତ୍ରୀକୁ ସ୍ବାମୀଠାରୁ, ଭାଇକୁ ଭଉଣୀଠାରୁ ଏବଂ ପ୍ରେମିକକୁ ପ୍ରେମିକାଠାରୁ ଅଲଗା କରୁଥିବା ବିଭାଜନ ମଧ୍ୟ ମଣିଷର ସାମଗ୍ରିକ ବିବର୍ତ୍ତନରେ ବାଧା ସୃଷ୍ଟି କରେ ତା’ର ଚେତନାର ଉତ୍ତରଣରେ ସହାୟକ ହୁଏନା ମନୋଜୀୟ ସାହିତ୍ୟ ସମାଜରେ ଗୋଟିଏ ଚିରନ୍ତନ ସତ୍ୟର ପ୍ରତିଷ୍ଠା ପାଇଁ ଅହରହ ସଂଗ୍ରାମ କରୁଥିବା ବେଳେ କେତେଦୂର ଏସବୁ ବିଧି ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିଚନ୍ତି ମୁଁ ଜାଣେନା ହୁଏତ ମୋ ନଜରକୁ ଆସିନାହିଁ
ମନୋଜ ବାବୁ ‘Life beyond Life’ ରେ ବିଶ୍ବାସ କରନ୍ତି ଜାତି, ଧର୍ମ ଓ ସଂପ୍ରଦାୟକୁ ସେ ଆଧ୍ୟାତ୍ମବାଦର ବିଶ୍ବାୟତନରୁ ଅଲଗା କରି ଦେଖିଚନ୍ତି କୌଣସି ପ୍ରକାର ସେକ୍ଟେରିଆନ୍ ଚିନ୍ତାକୁ ସେ କେବେ ବି ତାଙ୍କ ଲେଖା ଭିତରେ ସ୍ଥାନ ଦେଇ ନାହାନ୍ତି କିନ୍ତୁ ତାଙ୍କର ଅନ୍ତରଙ୍ଗ ଭାରତ ଏବେ ଶତଧା ବିଭକ୍ତ ଜାତି, ଧର୍ମ ଓ ସଂପ୍ରଦାୟ ତା’ର ମଣିଷକୁ ଭାଗ ଭାଗ କରି ଦେଉଚି ତାକୁ କ୍ଷୁଦ୍ରରୁ କ୍ଷୁଦ୍ରତର କରି ଦେଉଚି ମଣିଷକୁ ଏକ ବିଶାଳ ପୃଥିବୀର ନାଗରିକରେ ପରିଣତ କରିବା ପରିବର୍ତ୍ତେ ଏକ ସଂକୀର୍ଣ୍ଣ ଗଣ୍ଡି ଭିତରେ ରଖି ଦେଉଚି, ଏବଂ ତାକୁଇ କେନ୍ଦ୍ର କରି ସୃଷ୍ଟି ହେଉଚି ସହସ୍ର ସଂଘର୍ଷ, ହିଂସା, ଦ୍ବେଷ ଏବଂ ଯାବତୀୟ ଅମାନବିକ କ୍ରିୟାକର୍ମ ଅରବିନ୍ଦ ଦର୍ଶନ ଏ ସବୁ ସଂକୀର୍ଣ୍ଣତାକୁ ମୋଟେ ପ୍ରଶ୍ରୟ ଦିଏ ନାହିଁ ତା’ର ଅନେକ ଉର୍ଦ୍ଧ୍ବରେ ସାହିତ୍ୟ ମଧ୍ୟ ଯୁଗେ ଯୁଗେ ତା’ର ବିରୋଧାଚରଣ କରି ଆସୁଅଛି ମନୋଜ ବାବୁଙ୍କ ସାହିତ୍ୟ ଏଥିରୁ ବାଦ୍ ପଡିନଥିଲେ ବି କେମିତି କେଜାଣି ଏ ଦୁଇଟି ଭିତରେ ଅନେକ ପାର୍ଥକ୍ୟ ରହି ଯାଇଛି ସତ୍ ସାହିତ୍ୟ ସବୁବେଳେ ଅସତ୍ ବ୍ୟବସ୍ଥା ବିରୋଧରେ ଆମର ଏବର ପରିବର୍ତ୍ତିତ ପରିସ୍ଥିତିରେ ସେ ସାହିତ୍ୟର ସ୍ବର ହୁଏତ ଦୁର୍ବଳ ହେଇ ପଡୁଛି ଯାହା ପାଇଁ ଅପର ପକ୍ଷ ବେଶି ବଳୀୟାନ ହେଇ ଯାଉଚି ଫଳରେ ଏକ ସାଂଘାତିକ ଅବସ୍ଥା ସୃଷ୍ଟି ହେଉଚି
ସୌଜନ୍ୟ: “ମନୋଜାୟନ”